ଦୁଷ୍କର୍ମ ଉଦ୍ୟମ କାରି ଯୁବକ କୁ ଗାଁ ଦାଣ୍ଡରେ ଆଣ୍ଠେଇ ବୁଲାଗଲା , ମହିଳା ଙ୍କ ପାଦ ଧରି ଭୁଲ୍ ମାଗିଲା I

ଦୁଷ୍କର୍ମ କୁ ରୋକିବାକୁ ସରକାର କେତେ କଣ ନିୟମ କରୁଛନ୍ତି ତଥାପି ରୋକି ହେଉନି ଏହି ଜଘନ୍ୟ ଅପରାଧ I ଦିନକୁ ଦିନ ବଢି ଚାଲିଛି I କେଉଁଠି ନାବାଳିକା ତ କେଉଁଠି ମାନସିକ ଅନଗ୍ରସର ବାଳିକା ମାନେ I ଅପରାଧୀ ଙ୍କୁ କଠୋର ଦଣ୍ଡ ପାଇଁ ବିଭିର୍ଣ୍ଣ ସମାଜସେବୀ ମାନେ ସବୁବେଳେ ଦାବି କରିଆସୁଛନ୍ତି , ତଥାପି ଏହି ବ୍ୟାଧି କମିବାରେ ନା ଧରୁନି I ଯେଉଁଥିପାଇଁ ଆଜି ଗାଁ ବସି ଜଣେ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ଯୁବକ କୁ କଠୋର ଦଣ୍ଡ ଦେଇଛନ୍ତି I ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ବାଂଶଡ଼ା ଥାନା ଅଂଚଳ ର I
ପ୍ରାପ୍ତ ସୂଚନା ଅନୁଯାଇ ମଙ୍ଗଳବାର ରାତିରେ ଜଣେ ମାନସିକ ଅନଗ୍ରସର ମହିଳା ଙ୍କ ଘରେ ପଶି ଜଣେ ଯୁବକ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା I ମହିଳା ଜଣଙ୍କ ଜୋରରେ ଚିଲେଇବାରୁ ପାଖ ପଡୋଶୀ ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ଅଭିଯୁକ୍ତ ଯୁବକ ଖସି ଯାଇଥିଲା I ଯୁବକ ର ନାମ ଚଗୁଲୁ ମାଝୀ(୪୨) I ପରଦିନ ଘଟଣା ଜଣାପଡିବା ପରେ ଯୁବକ ଙ୍କୁ ଡକାଯାଇ ଗାଁ କମିଟିରେ ବିଚାର ବସିଥିଲା I ଯୁବକ ମଧ୍ୟ ନିଜ ଦୋଷ ମାନିଯାଇଥିଲା I ଦଣ୍ଡ ସ୍ୱରୂପ ଯୁବକ କୁ ଗାଁ କମିଟି ନିର୍ଦେଶ ରେ ଗାଁ ସାରା ଆଣ୍ଠେଇ ଆଣ୍ଠେଇ ବୁଲାଯାଇଥିଲା I

ଏବଂ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିବା ମହିଳା ଙ୍କ ଗୋଡତଳେ ପକାଇ ଭୁଲ ମଗାଯାଇଥିଲା I ଯୁବକ ଜଣକ ମହିଳା ଙ୍କ ଗୋଡ ଧରି କାନ୍ଦିଥିଲେ

ଏବଂ ତାଙ୍କର ଭୁଲ ହେଇଯାଇଛି ବୋଲି କହିଥିଲେ ଜୀବନରେ କେଭେଁବି ଆଉ ଏମିତି ଭୁଲ କରିବିନି ବୋଲି ଶପଥ ନେଇଥିଲେ I ତେବେ ଘଟଣା ଟି କୁ କେହି ଜଣେ ସୋସିଆଲ ମିଡିଆରେ ଛାଡିଦେବାରୁ ଏହା ବର୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି I

Leave a Reply

Your email address will not be published. Required fields are marked *