ଯାହାକୁ ଭଲପାଉଛନ୍ତି ତାସହିତ ବାହାହେବାକୁ ଯଦି ଚାହୁଁଛନ୍ତି ବାସ୍ତୁ ଶାସ୍ତ୍ର ଅନୁଯାଇ କରନ୍ତୁ ଏପରି କାମ

ପ୍ରତ୍ୟକ ମନୁଷ୍ୟ ଜୀବନରେ ବିବାହ କୁ ନେଇ ଅନେକ ସ୍ବପ୍ନ ରହିଥାଏ I ବିବାହ ଦୁଇଟି ସମ୍ପର୍କ କୁ ନିବିଡ ଭାବରେ ଗଢି ତୋଳିଥାଏ I ତେବେ ଅଧିକାଂଶ ଯୁବକ ଯୁବତୀ ପ୍ରେମ ବା ପରସ୍ପର କୁ ଭଲ ପାଇଥାନ୍ତି ଏବଂ ବିବାହ କରିବାକୁ ଚାହିଁଥାନ୍ତି I କିନ୍ତୁ ସମାଜ ର ବାଧା ବିଘ୍ନ ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା ପାଇଁ ସେମାନଙ୍କର ବିବାହ ହେଇପାରିନଥାଏ I ଏପରି ସ୍ଥଳରେ ସେମାନଙ୍କର କୁଣ୍ଡଳୀ ର ମେଳକ ବା ରାଜଯୋଟକ ପଡ଼ିନଥାଏ ଏବଂ ଅନ୍ୟ କେତେକ କ୍ଷେତ୍ରରେ ରବି ଏବଂ ଗୁରୁ ଙ୍କର ଖରାପ ପ୍ରଭାବ ପଡିଥାଏ I କିନ୍ତୁ ଭଲ ପାଉଥିବା ପୁଅ ବା ଝିଅ କୁ ବିବାହ କରିବାକୁ ନିମ୍ନ ଲିଖିତ ପ୍ରତିକାର କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହେଇଥାଏ I
ଶୁକ୍ରବାର ଦିନ ଯେ କୌଣସି ରାଧାକୃଷ୍ଣ ମନ୍ଦିର କୁ ଯାଆନ୍ତୁ I

ଭକ୍ତିର ସହିତ ଲହୁଣୀ ମିଶ୍ରି ଭୋଗ ଲଗାନ୍ତୁ ଏବଂ ଓଁ କ୍ଲି କୃଷ୍ଣାୟ ଗୋପୀଜନ ବଲ୍ଲଭାୟ ସ୍ୱାହା ମନ୍ତ୍ର କୁ 108 ଥର ଜପ କରନ୍ତୁ I ଏହିପରି ଭାବରେ 16 ଶୁକ୍ରବାର ରେ ମନ୍ଦିର ଦର୍ଶନ କରନ୍ତୁ ,ଦେଖିବେ ଚମତ୍କାରୀ ଭାବେ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ I
ଦ୍ୱିତୀୟରେ ସୋମବାର ଦିନ ପ୍ରଭୁ ଶିବ ଙ୍କ ମନ୍ଦିର ଯାଇ କ୍ଷୀର ସହିତ ଗଙ୍ଗାଜଳ ପ୍ରଭୁ ଙ୍କ ଲିଙ୍ଗରେ ଢ଼ାଳିବା ଦ୍ୱାରା

ପ୍ରଭୁ ସନ୍ତୁଷ୍ଟ ହେଇଥାନ୍ତି Iଓଁ ସୋମେଶ୍ଚରାୟ ନମଃ ମନ୍ତ୍ର କୁ 108 ଥର ଜପ କରନ୍ତୁ I ଏହିପରି ଭାବେ 11 ଟି ସୋମବାର କରିବା ଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହେଇଥାଏ I ଏବଂ ଆପଣଙ୍କୁ ଆପଣଙ୍କ ପସନ୍ଦ ର ସାଥି ମିଳିଥାନ୍ତି

Leave a Reply

Your email address will not be published. Required fields are marked *