ଦୁନିଆ ର କିଛି ବିଚିତ୍ର କାର

ପୃଥିବୀରେ କାର ଗୁଡିକର ଗୋଟେ ଅଲଗା ଦୁନିଆ ରହିଛି।ପ୍ରତ୍ୟେକ ଦିନ କିଛି ନୂଆ ଆଉ ଭିନ୍ନ ରକମର ଗାଡ଼ି ମାର୍କେଟ କୁ ଆସିଛି।ଗ୍ରାସ କାର, ଡବଲ କାର,ଟପ୍ କାର, ହାଉସ କାର, ସ୍କିପିଂ କାର,ଟେଲିଫୋନ କାର, କ୍ୟାଟ୍ କାର ଏଭଳି ବହୁତ୍ କାର ବିଷୟରେ ଆମେ ଶୁଣିଚେ ଆଉ ଜଣିଚେ।କିନ୍ତୁ ଆଜି ଆହୁରି ବିଚିତ୍ର ଆଉ ଅଜବ କାର ଗୁଡ଼ିକ ବିଷୟରେ ଜାଣିବା।

୧. ରିନ୍ ସ୍ପିଡ୍ ସ୍କୁବା-

ରିନ ସ୍ପୀଡ କମ୍ପାନୀ ଦ୍ଵାରା ଏହି ସ୍କୁବା ନାମକ କାର ତିଆରି କରାଯାଇଛି।ଏହା ଦୁନିଆର ପ୍ରଥମ କାର ଯାହା ଉଭୟ ମାଟି ଆଉ ପାଣିରେ ଚାଲି ପାରୁଚି।

ରୀନ୍ ସ୍ପୀଡ଼ କମ୍ପାନୀ ର ସି. ଇ.ଓ ଏହାକୁ ଜେମସ ବଣ୍ଡ ସିନେମାରେ ଇଂସ୍ପିରେ ହୋଇ ଏହାକୁ ତିଆରି କରିଛନ୍ତି।ଏହି କାର ରିଚର୍ଗେବୁଲ ଲିଥିୟମ୍ ? ଦ୍ବାରା ଚାଲେ।ଏହା ପାଣି ଭିତରେ ଆଉ ଉପରେ ମଧ୍ୟ ଚାଲି ପାରେ।ଏହି କାର ର ଦାମ୍ ଭାରତୀୟ ମୁଦ୍ରାରେ ୩ କୋଟି ୭୦ ଲକ୍ଷ ଟଙ୍କା।ଏହି କାର କୁ ଆପଣ ଆମେରିକା, ଈଂଲଣ୍ଡ,ଏବଂ ଅଷ୍ଟ୍ରେଲିଆ ରେ କିଣି ପାରିବେ।

୨. ୱାଲ୍ଡ ଲିଂଗେଷ୍ଟ୍ ଲିମୋସିଁ –

ଗିନିଜ ବୁକ୍ ଅଫ୍ ୱାଲ୍ ଡ୍ ରେକର୍ଡ ରେ ସ୍ଥାନ ପାଇଥିବା ଏହି କାର ଦୁନିଆର ସବୁଠାରୁ ଲମ୍ବା କାର ଅଟେ।ଏହା ୧୦୦ ମିଟର ଲମ୍ବା ଏବଂ ଏଥିରେ ୨୬ଟି ଚକ ରହିଛି। ତା ସହିତ ଏହି କାର ରେ ବସିବା ପାଇଁ ବହୁତ୍ ଗୁଡ଼ିଏ ସିଟ୍ ଅଛି।ଏହି କାରରେ ହେଲିପ୍ୟାଡ, ସ୍ୱିମ୍ମୀଙ୍ଗ ପୂଲ୍,ଏବଂ ସାଟେ ଲାଇଟ୍ ଡିସ୍କ ସହିତ ଅନେକ ଗୁଡ଼ିଏ ସୁବିଧା ଅଛି।

୩. ଡ୍ରିମ୍ କାର ୧୨୩ –

୮୦୦୦ ପାଉଣ୍ଡ ଓଜନ ଏବଂ ଇଜିପ୍ଟ ର ପିରାମିଡ୍ ଭଳି ଦେଖାଯାଉଥିବା ଏହି କାର ବହୁତ୍ ବିଚିତ୍ର ଅଟେ।ଏହି କାର ବିଦ୍ୟୁତ୍ ଦ୍ବାରା ଚାଲେ।ଏବଂ ମାତ୍ର ୩:୩୦ ମିନିଟ୍ ଚାର୍ଜ କରିଦେଲେ ଏହା ୨୩୦ ମାଇଲ ଯାତ୍ରା କରିପାରେ।ଏହା ସହ ଏହି କାର ରେ ନିୟନ୍ ଲାଇଟ୍ ଲାଗିଛି।ଯାହା ରାତିରେ ଜଳିବା ସମୟରେ ଏହାକୁ ଏକ ଇଉଏଫଓ ର ଆକାର ଦେଇଥାଏ।

୪. କୋ ନେମ୍ ଦ ଡ଼ି ଟା ଚେବେଲ କାରଭାନ୍ –

ଦେଖିବାକୁ ଏହି କାର ଆପଣଙ୍କୁ ଏତେ ଖାସ୍ ଲାଗୁଥାଇ ନ ପାରେ।କିନ୍ତୁ ଏହା ଦୁନିଆର ଏକମାତ୍ର ଏମିତି କାର ଯାହାର ଆଗ ଭାଗକୁ ଅଲଗା କରାଯାଇ ପାରିବ।ଏବଂ ପୁଣି ଦରକାର ପଡ଼ିଲେ ଏହାକୁ ପୁନର୍ବାର ଫିକ୍ସ କରାଯାଇପାରିବ।ଏହି କାରରେ ଆପଣ ନିଜ ଇଚ୍ଛା ଅନୁସାରେ ଲୋକ ମାନଙ୍କୁ ବସାଇ ପାରିବେ।

ଏବଂ ଏହି କାରରେ ଅନେକ ସୁବିଧା ମଧ୍ୟ ରହିଛି।

୫. ବିଗ୍ ଫୁଟ ଫାଇଭ

– ଏହା ଦୁନିଆର ସବୁଠୁ ବଡ଼ ଏବଂ ଓଜନ ଦାୟକ କାର ଅଟେ।ଯାହାର ଓଜନ ୮୮୦୦୦ ପାଉଣ୍ଡ ଏବଂ ଏହା ୧୫ ଫୁଟ୍ ୬ ଇଞ୍ଚ୍ ଲମ୍ବ।ଏଥିରେ ଲାଗିଥିବା ବିଶାଳ ଆକାର ଟାୟାର ଗୁଡ଼ିକ ଆଲାସ୍କା ଲ୍ୟାଣ୍ଡ ଟ୍ରେନ ର ଏୟାର ଅଟେ।ଯାହାକି ଆମେରିକାର ସେନା ଦ୍ବାରା ୧୯୫୦ ମସିହାରେ ଯୁଦ୍ଧରେ ବ୍ୟବହାର କରାଯାଇଥିଲା।ଏହି କାର ୧୯୬୬ ର ଫଡ ଏଫ ଟୁ ପିକ ଅପ ଦ୍ବାରା କଂନେକ୍ଟ୍ କରାଯାଇଛି।ଏବଂ ବଡ଼ରୁ ବଡ଼ କାର ଗୁଡ଼ିକୁ ଏହା ନିଜର ଚକା ତଳେ ନଷ୍ଟ କରି ଦେଇ ପାରେ।ଏହି କାର ଗୁଡ଼ିକ ମଧ୍ୟରୁ ଆପଣଙ୍କୁ କେଉଁ କାର ଭଲ ଲାଗୁଛି ନିଶ୍ଚୟ comment ଦ୍ବାରା ଜଣାନ୍ତୁ।

Leave a Reply

Your email address will not be published. Required fields are marked *