ଓଲିଉଡ଼ ରେ ଲାଗିଛି ମୋ ଟଙ୍କା: ଟିଟୋ

କେନ୍ଦ୍ରାପଡ଼ା ର ଗ୍ୟାଙ୍ଗ ଷ୍ଟାର୍ କ୍ରାଇମ୍ ବ୍ରାଞ୍ଚ ର ରିମାଣ୍ଡ ଅବଧି ରେ ଏବେ ରଖିଚି ଏହିଭଳି ଏକ ବିସ୍ଫୋରକ ତଥ୍ୟ।

ସେ କ୍ରାଇମ୍ ବ୍ରାଞ୍ଚ କୁ ଜଣାଇଛି ଯେ ତାହାର କଳା ଟଙ୍କା କେବଳ ତା ମଧ୍ୟ ରେ ସୀମିତ ନଥିଲା। ଓଲିଉଡ଼ ଜଗତରେ ମଧ୍ୟ ଘୁରି ବୁଲୁଥିଲା ସେହି କଳା ଟଙ୍କା। ସେଥି ଅପରାଧ ସାମ୍ରାଜ୍ୟ ର ଟଙ୍କା ରେ କିଛି ଓଡ଼ିଆ ସିନେମା ଓ ଧାରାବାହିକ ମଧ୍ୟ ନିର୍ମାଣ ହୋଇଛି।

କେଉଁ ଫିଲ୍ମ୍ ହୋଇଥିଲା ଟିଟୋ ର କଳା ଟଙ୍କା ରେ

ଓଲିଉଡ଼ ର ଚଳଚ୍ଚିତ୍ର ବିଶ୍ଵନାଥ ଟିଟୋ ର କଳା ଟଙ୍କା ରେ ନିର୍ମିତ ହୋଇଛି ବୋଲି ଟିଟୋ ତଥ୍ୟ ରଖିଚି। ଏହି ଫିଲ୍ମ୍ ରିଲିଜ ହୋଇନାହିଁ ଓ ଏହାର ଏବେ ସୁଟିଂ ଚାଲିଥିଲା କିନ୍ତୁ ଏହି କଥା ପ୍ରଘଟ ହେଲାପରେ ଏହାର ସୁଟିଂ କୁ ବନ୍ଦ କରିଦିଆଯାଇଛି।

ଟିଟୋ

ଚୌଧୁରୀ ବିକାଶ ଦାସ ଓ ଅଭିନେତା ପିଣ୍ଟୁ ନନ୍ଦ ଏହି ସିନେମା ରେ ଅତିଥି କଳାକାର ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ।

ଏହି ଚଳଚ୍ଚିତ୍ର ର ପ୍ରଯୋଜନା କରିଥିଲେ ଟିଟୋ ର ଭାଇ।

Leave a Reply

Your email address will not be published. Required fields are marked *