ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଜବ ଜବାବ: ଅଘୋଷିତ ବିଦ୍ୟୁତ କାଟ ପାଇଁ ଜଙ୍ଗଲ ବିଭାଗ କୁ ଦାୟୀ କଲେ I

ଖରାଦିନ ସମାପ୍ତ ହେଇ ବର୍ଷା ଆରମ୍ଭ ହେଇଥିଲେ ମଧ୍ୟ ସାରା ରାଜ୍ୟରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ଲାଗିରହିଛି I ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଅଧିକାଂଶ ଅଂଚଳ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ,ତଥାପି ସୁଫଳ ମିଳିପାରୁନାହିଁ I ଏନେଇ ଆଜି ସାମ୍ବାଦିକ ମାନଙ୍କ ପ୍ରଶ୍ନ ରେ ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ଏଇଥିପାଇଁ ଜଙ୍ଗଲ ବିଭାଗ ଦାୟୀ I ନିଜ ଉପରୁ ଦୋଷ ଛଡାଇ ଜଙ୍ଗଲ ବିଭାଗ ଉପରେ ଦୋଷ ଲଦିଛନ୍ତି ମାନ୍ୟବର ମନ୍ତ୍ରୀ I ମନ୍ତ୍ରୀ ଶ୍ରୀ ସିଂ ଙ୍କ କହିବାନୁ ଯାୟୀ ଉପଯୁକ୍ତ ପରିମାଣରେ ଗଛ କଟାଯାଇପାରୁନାହିଁ ,ଏବଂ ଗଛ କାଟିବା ପାଇଁ ଜଙ୍ଗଲ ବିଭାଗ ତରଫରୁ ସହଯୋଗ କରାଯାଉନାହିଁ କି ଅନୁମତି ମିଳୁନାହିଁ ,ଯାହାଫଳରେ ଅଘୋଷିତ ବିଦ୍ୟୁତ କାଟ ହେଉଛି I ଏଥିପାଇଁ ଜଙ୍ଗଲ ବିଭାଗ ହିଁ ଦାୟୀ I

Leave a Reply

Your email address will not be published. Required fields are marked *