ମୃତ୍ୟୁ ପରେ ଅନ୍ତିମ ସଂସ୍କାର କାହିଁକି କରାଯାଏ ,ନକଲେ କଣ ଅସୁବିଧା ?

କଥାରେ ଅଛି ମର୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହିଁ ମରଇ I ଅର୍ଥାତ ଯିଏ ବି ଶରୀର ଧାରଣ କରିବ ,ତାର ମୃତ୍ୟୁ ହିଁ ସିରୋଧାର୍ଯ୍ୟ I ତେବେ ଆମ ମନରେ ବେଳେବେଳେ ପ୍ରଶ୍ନ ଉଠେ ମୃତ୍ୟୁ ପରେ ଏତେ ବିଧି ନିୟମ କାହିଁକି କରାଯାଏ I

ଶାସ୍ତ୍ର କହେ ଜଳ ପୁଷ୍ପ କୁଶ ତିଳେ କରିଲେ ଅର୍ପଣ ,ପିତୃ କୁଳ ମାତୃକୂଳ ଉଧାରଣେ ପୁଣ I ତାହାର ପାପ ସମୂହ ଖଣ୍ଡନ ହୁଅଇ ,ଦିନକୁ ଦିନ ତାହାର ପୁଣ୍ୟ ବିକାଶଇ I ଆମ ଧର୍ମ ଅନୁଯାଇ ପୂର୍ବ ଜନ୍ମ ଏବଂ ପର ଜନ୍ମର ବିଶ୍ୱାସ କରାଯାଏ I ଅର୍ଥାତ ବ୍ୟକ୍ତିର ମୃତ୍ୟୁ ପରେ ପୁନର୍ବାର ଜନ୍ମ ହେଇଥାଏ I ମନୁଷ୍ୟ ଜନ୍ମ ପାଇବା ପରେ ବ୍ୟକ୍ତି ମନରେ ଅନେକ ଆଶା ସ୍ବପ୍ନ ରହିଥାଏ ,କିଛି ପୂରଣ ହେଇଥାଏ ,କିଛି ସ୍ବପ୍ନ ହେଇ ରହିଯାଏ I

ଯେଉଁ ସବୁ ଇଛା ପୂରଣ ନହୁଏ ସେସବୁ ମୃତ୍ୟୁ ପରେ ପ୍ରେତାତ୍ମା ହେଇ ଘୁରିବୁଲେ ବୋଲି ଆମର ବିଶ୍ୱାସ ରହିଆସିଛି I ତେଣୁ ଏହି ଆତ୍ମା ର ଶାନ୍ତି ପାଇଁ ଆମକୁ ମୁଖାଗ୍ନି ,ତିଳତରପଣ ,ଶ୍ରାଦ୍ଧକର୍ମ ,ପିଣ୍ଡଦାନ ଇତ୍ୟାଦି କରିବାକୁ ପଡିଥାଏ I ନଚେତ ବ୍ୟକ୍ତିର ଆତ୍ମା ଅଶାନ୍ତି ହେଇ ପ୍ରେତାତ୍ମା ଭାବରେ ଘୁରିବୁଲେ ଏବଂ ଏବଂ
ବଂଶଧର ମାନଙ୍କ ଉପରେ ଏହାର କୁପ୍ରଭାବ ପଡିଥାଏ I ପୁରାଣ ରେ ମଧ୍ୟ ବର୍ଣିତ ଅଛି ଯେ ପାଣ୍ଡଵ ମାନଙ୍କର ପିତା ପାଣ୍ଡୁ ଶାନ୍ତି ନପାଇ ଘୁରିବୁଲୁଥିଲେ ଏବଂ ତାଙ୍କ ପାଞ୍ଚ ପୁତ୍ର ତାଙ୍କୁ ଶାନ୍ତି କରାଇବା ପାଇଁ ଗଣ୍ଡା ବଧ କରି ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *