କାହିଁକି ରାତିରେ ଖାଆନ୍ତି ନାହିଁ ଦହି

ଆପଣ ମାନେ ନିଶ୍ଚୟ ଶୁଣି ଥିବେ ଯେ ରାତି ସମୟରେ ଦହି ଖାଇବା ଉଚିତ୍ ନୁହେଁ।ହିନ୍ଦୁ ଧର୍ମରେ ଲେଖାଯାଇଛି ରାତିରେ ଦହି ଖାଇବା ଉଚିତ୍ ନୁହେଁ।କିନ୍ତୁ ଆଜି ଆମେ ବିଜ୍ଞାନକୁ ନେଇ ଜାଣିବା ଯେ ରାତିରେ ଦହି ଖାଇବା କାହିଁକି ଉଚିତ୍ ନୁହେଁ।ବିଜ୍ଞାନ କହେ ଯେ ଦହି ଆମ ଶରୀର ପାଇଁ ବହୁତ୍ ଭଲ ହୋଇଥାଏ।ଏବଂ ଏହା ଅନେକ ରୋଗକୁ ମୂଳରୁ ହିଁ ନଷ୍ଟ କରିଦେଇଥାଏ।

କିନ୍ତୁ ଏପରି କିଛି ସମୟ ଥାଏ ଯେଉଁ ସମୟରେ ଦହି ଖାଇବା ବିଷ ଖାଇବା ସହ ସମାନ ହୋଇଥାଏ।ପ୍ରଥମେ ଆମେ ଜାଣିବା ରାତି ସମୟରେ ଦହି ଖାଇବା କାହିଁକି ଉଚିତ୍ ନୁହେଁ।ଏକଥା ତ ଆପଣ ମାନେ ଜାଣିଥିବେ ରାତି ସମୟରେ କମ୍ ପରିମାଣର ଖାଦ୍ୟ ଖାଇବା ଉଚିତ୍।କାରଣ ଆମେ ରାତିରେ କୌଣସି କାମ କରି ନ ଥାନ୍ତି।ଦିନବେଳା ଆମେ ବିଭିନ୍ନ କାମ କରିଥାନ୍ତି ସେଥିପାଇଁ ଆମେ ଯାହା ଖାଉ ତାହା ହଜମ ହୋଇଯାଏ।ଦହି ଅନ୍ୟ ଖାଦ୍ୟ ପଦାର୍ଥ ଅପେକ୍ଷା ହଜମ ହେବାକୁ ଅଧିକ ସମୟ ନେଇଥାଏ।କାରଣ ଏହା ଥଣ୍ଡା ଏବଂ ଭରି ହୋଇଥାଏ।ଆମର ଖାଦ୍ୟ ପଦାର୍ଥ ହଜମ ହେବା ପାଇଁ ଶରୀର ଟିକେ ଗରମ୍ ହେବା ଆବଶ୍ୟକ।

ଖରା ଦିନେ ଆମର ଶରୀର ଅଧିକ ଗରମ୍ ହୋଇଥିବାରୁ ଆମେ ଦହି ଖାଇବା ଦ୍ବାରା ଆମର ଶରୀର କଣ୍ଟ୍ରୋଲ ରହିଥାଏ।ଏବଂ ଯାହା ଆମେ ଖାଇଥାନ୍ତି ତାହା ସହଜରେ ହଜମ ହୋଇଯାଇଥାଏ।ରାତି ସମୟରେ ଅଧିକ ଥଣ୍ଡା ରହୁଥିବା କାରଣରୁ ଯଦି ଆପଣ ଦହି ଖାଆନ୍ତି ତେବେ ଆପଣଙ୍କ ଶରୀର ଆହୁରି ଥଣ୍ଡା ହୋଇଯାଇଥାଏ।ଯଦି ଆପଣଙ୍କ ଶରୀର ଥଣ୍ଡା ରହିବା ତେବେ ଆପଣ ଯାହା ଖାଇଥିବେ ତାହା ହଜମ ହେବ ନାହିଁ।ରାତିରେ ଦହି ଖାଇବା ଦ୍ବାରା ଅନେକ ପ୍ରକାର ରୋଗ ମଧ୍ୟ ହୋଇଥାଏ।ଯେପରିକି ଫୁସ୍ ଫୁସ୍ ରେ ଇନ୍ ଫେକସନ୍ ହେବା,ନିଃଶ୍ୱାସ ପ୍ରଶ୍ଵସ୍ ରେ ବାଧା ହେବା ଭଳି ଅନେକ ରୋଗ ହୋଇଥାଏ।ତେଣୁ ଏହି କାରଣରୁ ରାତିରେ ଦହି ଖାଇବା ଉଚିତ୍ ନୁହେଁ।

Leave a Reply

Your email address will not be published. Required fields are marked *