ଓଡ଼ିଆ ଗୀତ ମାୟାରେ ବାୟା ରେ ପାଗଳ ହେଲେ ଆଫ୍ରିକା ବାସି : ଆଫ୍ରିକାର ପ୍ରସିଦ୍ଧ ଗାୟକ ସାମୁଏଲ ସିଂ ଙ୍କ କଣ୍ଠରେ ଓଡ଼ିଆ ଗୀତ

ସାର୍ଥକ ମ୍ୟୁଜିକ ପ୍ରଡକ୍ସନ ର ସୀତାରାମ ଅଗ୍ରୱାଲ ଙ୍କ ପ୍ରଯୋଜିତ ଚଳଚିତ୍ର ‘ଟୋକାଟା ଫସିଗଲା’ ରଥଯାତ୍ରା ଉପଲକ୍ଷେ ମୁକ୍ତିଲାଭ କରି ସବୁ ବର୍ଗର ଦର୍ଶକ ମାନଙ୍କୁ ହସାଇ ହସାଇ ବେଦମ କରିଥିବା ବେଳେ ,ପପୁ ପମପମ ଏବଂ ସବ୍ୟସାଚୀ ଙ୍କ କଣ୍ଠରେ ମାୟାରେ ବାୟା ଗୀତଟି ପୁରା ଭାଇରଲ ହେଇଥିଲା i ଖୋଦ ଟାଇଗର ଶ୍ରଫ ଏହି ଗୀତରେ ଡ୍ୟାନ୍ସ କରିଥିଲେ I

ତେବେ ଟାଇଗର ଶ୍ରଫ ଙ୍କ ପରେ ଏବେ ଆଫ୍ରିକାର ଗାୟକ ସାମୁଏଲ ସିଂ ମଧ୍ୟ ମାୟାରେ ବାୟା ରେ ପାଗଳ ହେଇଛନ୍ତି I ନିଜ ସୁରିଲା ସ୍ୱରରେ ଅତି ସୁନ୍ଦର ଭାବେ ଓଡ଼ିଆ ଗୀତଟିକୁ ଗାଇଛନ୍ତି I ପ୍ରଥମେ ନମସ୍କାର ,ଜୟ ଓଡିଶା ,ଜୟ ଜଗନ୍ନାଥ କହି ଗୀତ ଗାଇଛନ୍ତି ଏବଂ ୟୁଟ୍ୟୁବ ରେ ଅପ୍ଲୋଡ କରିଛନ୍ତି I ତେବେ ସାମୁଏଲ ଙ୍କର ଏହା ପ୍ରଥମ ଓଡ଼ିଆ ଗୀତ ନୁହେଁ ପୂର୍ବରୁ ମଧ୍ୟ ରଙ୍ଗବତୀ ଗୀତକୁ ଗାଈ ଓଡିଶା ଦର୍ଶକ ଙ୍କର ଭଲପାଇବା ସାଉଣ୍ଟିପାରିଛନ୍ତି I ତେବେ ସବୁଠୁ ବଡ କଥା ଓଡ଼ିଶାର ସଂଗୀତପ୍ରେମୀ ଓଡ଼ିଆ ଗୀତରୁ
ମୁଁହ ଫେରେଇନେଉଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି I

Leave a Reply

Your email address will not be published. Required fields are marked *