ଭାରତ ଏକ ଆଧ୍ୟାତ୍ମିକ ଦେଶ ଯେଉଁଠି ପ୍ରାୟତଃ ସମସ୍ତେ ଭଗବାନ ଙ୍କ ଉପରେ ଭରଷା ଏବଂ ବିଶ୍ୱାସ ରଖିଥାନ୍ତି Iଶାସ୍ତ୍ର ଅନୁଯାଇ 33କୋଟି ଦେବଦେବୀ ଙ୍କୁ ମଧ୍ୟ ପୂଜା କରିଥାନ୍ତି I ତେବେ ମନ୍ଦିର ମାନଙ୍କରେ ଏପରି କିଛି ଚମତ୍କାର ରହିଛି ଯାହା ଆଗରେ ବୈଜ୍ଞାନିକ ମାନେ ମଧ୍ୟ ହାର ମାନିଛନ୍ତି I ସେଥିମଧ୍ୟରୁ କାଳଭୈରବ ମନ୍ଦିର ଅନ୍ୟତମ I
1)କାଳଭୈରବ ମନ୍ଦିର:-ମଧ୍ୟପ୍ରଦେଶର ଉଜ୍ଜନ ସହର ଠାରୁ ମାତ୍ର 8କିଲୋମିଟର ଦୂରରେ ଏହି ମନ୍ଦିର ଅବସ୍ତିତ I ଏଠି ପ୍ରଭୁ କାଳଭୈରବ ପୂଜା ପାଇଥାନ୍ତି I ତେବେ ସବୁଠାରୁ ଚକିତକର ଘଟଣା ହେଉଛି କାଳଭୈରବ ଙ୍କୁ ପ୍ରସାଦ ଭାବରେ ମଦିରା ବା ମଦ ଦିଆଯାଇଥାଏ I
ଏବଂ ସମସ୍ତଙ୍କୁ ଚକିତ କରି କାଳଭୈରବ ତାହାକୁ ଗ୍ରହଣ କରିଥାନ୍ତି I ମଦିରା ଦିଆଯାଇଥିବା ପାତ୍ର ଖାଲି ହେଇଯାଇଥାଏ I ଏହା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ଘଟଣା I ଏହାର ରହସ୍ୟ ଜାଣିବାକୁ ଥରେ ଜଣେ ପୂର୍ବତନ ଇଂରେଜ ସାଶକ ମନ୍ଦିର ର ତଳଭାଗରୁ ବହୁ ଖୋଳା ଖୋଳି କରିଥିଲେ କିନ୍ତୁ ସେମିତି କିଛି ବି ପାଇନଥିଲେ ଶେଷରେ ବାଧ୍ୟ ହେଇ କାଳଭୈରବ ଙ୍କ ଭକ୍ତ ପାଲଟିଯାଇଥିଲେ I ଏହି ମନ୍ଦିର ରେ ପ୍ରତ୍ୟକ ଦିନ ମଦ ଭୋଗ ଲାଗିଥାଏ I
ସେହିପରି ଭାରତର ଅନ୍ୟ ଏକ ମନ୍ଦିର ହେଉଛି ମା କରଣି ମନ୍ଦିର ଯାହାକି ରାଜସ୍ତାନ ର ବିକାନର ରୁ 30 କିଲୋମିଟର ଦୂର ଦେଶନାକ ଅଂଚଳ ରେ ମା କରଣି ଙ୍କ ମନ୍ଦିର ଅବସ୍ତିତ I ଏହି ମନ୍ଦିର ଭିତରେ କରଣି ଦେବୀ ଙ୍କୁ ପୂଜାକରାଯାଉଥିଲେ ମଧ୍ୟ ଏଠାରେ ଥିବା ହଜାର ହଜାର ସଂଖ୍ୟା ର ମୂଷା ମାନଙ୍କ ପାଇଁ ଏହା ପ୍ରସିଦ୍ଧ ଅଟେ I
ଏଠାରେ ମୂଷା ମାନେ ବହୁପରିମାଣରେ ଥିଲେ ମଧ୍ୟ କାହାର ଅନିଷ୍ଟ କରିନଥାନ୍ତି I ମୂଷା ମାନଙ୍କୁ ଲୋକମାନେ ଶ୍ରଦ୍ଧା ରେ ଖାଇବାକୁ ଦେଇଥାନ୍ତି I