ବାସି ପଦାର୍ଥ କୁ ସାଧାରଣତଃ ସମସ୍ତେ ଘୃଣା କରିଥାନ୍ତି କିନ୍ତୁ କିଛି ପଦାର୍ଥ ବାସି ଅବସ୍ଥା ରେ ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ।
ତେବେ ଆଜି ଆମେ ଜାଣିବା ବାସି ରୁଟି ଆମର କୋଉ କାମ ରେ ଲାଗି ପାରିବ।
ସାଧାରଣତଃ ରାତି ରେ ହେଉଥିବା ରୁଟି ରୁ ଯଦି କିଛି ବଳୀ ଯାଏ ଆମେ ତାକୁ ଫିଙ୍ଗି ଦେଇଥାଉ କିନ୍ତୁ ଆପଣ ରୁଟି କୁ ନ ଫିଙ୍ଗି ଏହାକୁ ମଧ୍ୟ ବ୍ୟବହାର କରିପାରିବେ।
ବାସି ରୁଟି ରେ ବହୁତ୍ ଅଧିକ ପରିମାଣ ରେ ଫାଇବର୍ ରହିଥାଏ ଯାହା କି ଆପଣକୁ ଦିନ ସାରା ସତେଜ ରଖିଥାଏ । ବାସି ରୁଟି ଓଜନ କମ କରିବାରେ ସାହାଯ୍ୟ କରିଥାଏ ଏବଂ ଏହା ସହ ସହ ପେଟ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ବାସି ରୁଟି କୁ ସର୍ବଦା କ୍ଷୀର ରେ ପକାଇ ତାକୁ ଛୋଟ ଛୋଟ କରି ଖାଇବା ଉଚିତ୍। ରକ୍ତ ଚାପ ରୋଗ ରେ ପୀଡ଼ିତ ଲୋକ ମାନଙ୍କ ପାଇଁ ମଧ୍ୟ ବାସି ରୁଟି ଅତ୍ୟନ୍ତ ଉପକାରୀ ହୋଇଥାଏ। ଯଦି ଆପଣ ମଧ୍ୟ ରକ୍ତ ଚାପ ରେ ପୀଡ଼ିତ ଆପଣ ମଧ୍ୟ ସବୁଦିନ ସକାଳେ କ୍ଷୀର ଓ ବାସି ରୁଟି ସେବନ
କରନ୍ତୁ ଏହା ଦ୍ବାରା ଆପଣଙ୍କ ରକ୍ତ ଚାପ ନିୟନ୍ତ୍ରିତ ହୋଇ ରହିଥାଏ।
ଆଉ ମଧ୍ୟ ଯେଉଁମାନେ ଡାଇବେଟିସ ରେ ପୀଡ଼ିତ ଅଛନ୍ତି ସେମାନେ କ୍ଷୀର ରୁଟି କୁ ବିନା ମିଠା ସହ ବ୍ୟବହାର କରି ପାରିବେ। ଏହା ଦ୍ବାରା ଡାଇବେଟିସ ମଧ୍ୟ କଣ୍ଟ୍ରୋଲ ରେ ରହିଥାଏ।
ଯେଉଁ ଲୋକ ମାନେ ବହୁତ୍ ପତଳା ରହିଥାନ୍ତି ସେମାନେ ନିଶ୍ଚିନ୍ତ ଭାବରେ ପ୍ରତିଦିନ ବାସି ରୁଟି ଖାଇବା ଦରକାର। ଏହା ଦ୍ବାରା ତାଙ୍କ ଶରୀର କୁ ବହୁତ୍ ଆବଶ୍ୟକୀୟ ଶକ୍ତି ମିଳିବ ସହ ଭୋକ ମଧ୍ୟ ଠିକ୍ ସମୟରେ ହୋଇଥାଏ।