ସାପ କାମୁଡିବା କ୍ଷଣି କରନ୍ତୁ ଏହି ଘରୋଇ ଉପଚାର

ଦୈନଦିନ ଜୀବନରେ ଏମିତି କିଛି ଘଟଣା ଘଟିଥାଏ ଯାହା ଆମେ କେବେ ବି ଭାବିନଥାଉ।ତେବେ ଏମିତି ସମୟରେ ଆମକୁ ଭାବି ଚିନ୍ତି କାମ କରିବାକୁ ପଡେ।ଆଜି ଆମେ ଆପଣଙ୍କୁ ଜଣେଇବୁ ସାପ କାମୁଡ଼ିଲେ କଣ କରିବାକୁ ପଡ଼ିବ।
ପ୍ରଥମ କଥା ଜାଣନ୍ତୁ ସାପ କାମୁଡ଼ି ଥିବା ଜାଗାରେ ବିନା ଛୁଞ୍ଚି ଥିବା ସିରିଞ୍ଜ କୁ ନେଇ ସେଠାରୁ ରକ୍ତ କାଢ଼ିବାକୁ ଚେଷ୍ଟା କରନ୍ତୁ।ଏମିତି ୫ ରୁ ୭ ଥର କରନ୍ତୁ।ଦ୍ଵିତୀୟ କଥା ହେଲା ସାପ କାମୁଡିବା ଜାଗାରେ ଯଦି ଥଣ୍ଡା ପାଣି ଅଛି ଦେଇ ଧୋଇ ଦିଅନ୍ତୁ।

ମନେ ରଖନ୍ତୁ ଯଦି ଆପଣଙ୍କ ଘରେ ଲେମ୍ବୁ ଅଛି ତେବେ ଲେମ୍ବୁ ପାଣିରେ ଧୋଇ ଦିଅନ୍ତୁ।କାରଣ ଲେମ୍ବୁ ପାଣିରେ ଇନ୍ ଫେକ୍ସନ ଜମାରୁ ବି ହେବନି।ତୃତୀୟ କଥା ହେଲା ଓଦା ମାଟିରେ ପରସ୍ତ କରନ୍ତୁ ଏବଂ ସାପ କାମୁଡିବା ଜାଗାରେ ପ୍ରତି ୧୦ ମିନିଟ୍ ରେ ଥରେ ବଦଳାନ୍ତୁ। ମନେ ରଖନ୍ତୁ ସାପ କାମୁଡ଼ି ଥିବା ଲୋକକୁ କେବେ ହେଲେ ଶୋଇବାକୁ ଦିଅନ୍ତୁ ନାହିଁ।

ଯଦି ଆପଣଙ୍କ ଘରେ କ୍ଷୀର ଅଛି ତେବେ କ୍ଷୀରରେ ଦେଶୀ ଘିଅ ମିଶାଇ ପିଇବାକୁ ଦିଅନ୍ତୁ।ଯଦି ଆପଣଙ୍କ ଘରେ ରସୁଣ କିମ୍ବା ମହୁ ଅଛି ତାହେଲେ ରସୁଣ ଆଉ ମହୁ ମିଶାଇ ଖାଇବାକୁ ଦିଅନ୍ତୁ।

ଏହା ଦ୍ବାରା ଇନ୍ ଫେକ୍ସନ ହେବ ନାହିଁ ଏବଂ ଯଦି ଆପଣଙ୍କ ଘରେ ହରଡ ଡାଲି ଅଛି ତେବେ ହରଡ ଡାଲି କୁ ମଧ୍ୟ ଖାଆନ୍ତୁ।ଏହା ଦ୍ବାରା ଇନ୍ ଫେକ୍ସନ ହୋଇ ନ ଥାଏ ଏବଂ ବିଷ ମଧ୍ୟ ଶରୀରକୁ ସହଜରେ ଭେଦ କରି ପାରେ ନାହିଁ।ଆପଣ ଏହି ଉପାୟ ଅବଲମ୍ବନ କରନ୍ତୁ ଦେଖିବେ ନିଶ୍ଚୟ ସୁଫଳ ମିଳିବ।ଯଦି ଆପଣଙ୍କ ଘର ପାଖରେ ହସ୍ପିଟାଲ୍ ଅଛି ତେବେ ତୁରନ୍ତ ହସ୍ପିଟାଲ୍ ନେଇ ଯାଆନ୍ତୁ ଏବଂ ଯଦି ଘର ଠାରୁ ଦୂରରେ ଅଛି ତେବେ ଏହି ଉପାୟ କରି ହସ୍ପିଟାଲ୍ ନିଅନ୍ତୁ।

Leave a Reply

Your email address will not be published. Required fields are marked *