149 ବର୍ଷ ପରେ ବନୁଛି ଚନ୍ଦ୍ରଗ୍ରହଣରେ ଏହି ମହାସଂଯୋଗ ଲୁଣ ର ଏହି ଉପାୟ ଖୋଲିଦେବ ଆପଣଙ୍କ ଭାଗ୍ୟ

ଆଜି ଶ୍ରାବଣ ମାସରେ ପଡିଛି ବିରଳ ଚନ୍ଦ୍ରଗ୍ରହଣ ।ଏହା ବର୍ଷର ସବୁଠାରୁ ଲମ୍ବା ଚନ୍ଦ୍ର ଗ୍ରହଣ ଅଟେ।ଆଜି ଆମେ ଲୁଣର ଗୋଟିଏ ସହଜ ଉପାୟ ବିଷୟରେ ଜାଣିବା ଯାହା ଦ୍ଵାରା ଆପଣଙ୍କ ଧନ ପ୍ରାପ୍ତି ହୋଇପାରିବ।ଏହା ସହ କେଉଁ ରାଶିକୁ ଗ୍ରହଣ ସମୟରେ କଣ ଲାଭ ମିଳିବ ସେ ବିଷୟରେ ଜାଣିବା।ଅର୍ଥାତ୍ ଏହି ଗ୍ରହଣ ର ପ୍ରଭାବ ପ୍ରତ୍ୟେକ ରାଶି ଉପରେ କିପରି ପଡିବ ସେ ବିଷୟରେ ଜାଣିବା।ମେଷ ରାଶି ପାଇଁ ଏହି ଗ୍ରହଣ ଅତ୍ୟନ୍ତ ସୁଖକାରି ରହିବ।ବୃଷ ରାଶି ର ଲୋକମାନଙ୍କ ପାଇଁ ଏହା ଅପମାନ ସଦୃଶ ରହିବ। ମିଥୁନ ରାଶି ପାଇଁ ଏହା କଷ୍ଟକାରି ଅଟେ।

କର୍କଟ ରାଶିର ଲୋକଙ୍କୁ ଟିକେ ସମସ୍ୟା ହୋଇପାରେ।ସିଂହ ରାଶିର ଲୋକଙ୍କ ପାଇଁ ଏହି ଗ୍ରହଣ ସୁଖକାରୀ ରହିବ। କନ୍ୟା ରାଶି ପାଇଁ ଏହା ଚିନ୍ତା କାରି ହୋଇପାରେ। ତୁଳା ରାଶି ପାଇଁ ସମସ୍ୟା ଆସିପାରେ।ଆଉ ବିଛା ରାଶି ପାଇଁ ଏହି ସମୟ ଧନର ପ୍ରାପ୍ତି ହେବ। ଧନୁ ରାଶିକୁ ଧନ ହାନି ହୋଇପାରେ। ମକର ରାଶିକୁ ବି କ୍ଷତି ହୋଇପାରେ। କୁମ୍ଭ ରାଶି ପାଇଁ ମଧ୍ୟ ଅଶୁଭ ରହିବ ଆଉ ମିନ ରାଶି ପାଇଁ ଏହି ଗ୍ରହଣ ଅତ୍ୟନ୍ତ ଶୁଭ ରହିବ।ଏହା ଥିଲା ସମସ୍ତ ରାଶି ପାଇଁ ଗ୍ରହଣ ର ପ୍ରଭାବ।ଯଦି ଆପଣ ଗ୍ରହଣ ର ଖରାପ୍ ପ୍ରଭାବରୁ ବଞ୍ଚିବାକୁ ଚାହୁଁଛନ୍ତି ତାହେଲେ ଏହି ଉପାୟ କୁ ନିଶ୍ଚୟ କରନ୍ତୁ। ଆପଣଙ୍କୁ କିଛି ବି କ୍ଷତି ହେବ ନାହିଁ।ସର୍ବପ୍ରଥମେ ଆପଣଙ୍କୁ ଏକ ପାତ୍ର ରେ କିଛି ଲୁଣ ନେବାର ଅଛି ତା ପରେ ଆପଣଙ୍କୁ ଘରର କେଉଁ ବି ଜାଗାରେ ବସି ଯିବାର ଅଛି ଓ ତା ପରେ ହାତ ବନ୍ଦ କରି ଆଖି ବୁଜି ଜପନ୍ତୁ ଏହି ମନ୍ତ୍ରଟି ” ଓଂ ହ୍ରିଂ ହ୍ରିଂ ଶ୍ରିଂ ସ୍ରିଂ ବାସୁଦେବାୟ ନମ୍ଃ” ଏହି ମନ୍ତ୍ରକୁ ଆପଣଙ୍କୁ ୨୧ ଥର ଜପ କରିବାର ଅଛି।ଏହି ମନ୍ତ୍ରର ଜପ କରିବା ପରେ ଆପଣଙ୍କୁ ଗୋଟେ ଲବଙ୍ଗ ନେବାର ଅଛି ତାପରେ ଏହି ଲବଙ୍ଗ କୁ ସେହି ପାତ୍ର ରେ ଭରିଥିବା ଲୁଣ ଭିତରେ ରଖିଦେବେ।ଲବଙ୍ଗ କୁ ରଖିବା ପରେ ଆପଣଙ୍କର ଯାହାବି ସମସ୍ୟା ଥିବ ସେହି ଲୁଣ ଆଗରେ କହି ଦେବେ।ଧ୍ୟାନ ରଖିବେ ଆପଣଙ୍କୁ କେବଳ ସମସ୍ୟା କହିବାର ଅଛି କୌଣସି ଇଚ୍ଛା ନାହିଁ।.

ସମସ୍ୟା କହିବା ପରେ ଆପଣଙ୍କୁ ଗୋଟେ କପଡା ନେବାର ଅଛି ଯଦି କପଡା କଳା ରଙ୍ଗର ହୋଇଥାଏ ତେବେ ବହୁତ୍ ଭଲ ତା ପରେ ଏହି କପଡ଼ାରେ ଲୁଣକୁ ଲବଙ୍ଗ ସହ ଢାଳି ଦେବେ ତା ପରେ ତା ପରେ ତାର ଗୋଟେ ପୋଟୋଲି ବନେଇଦେବେ ଏହାକୁ ଯେ କୌଣସି ଏକ ସୂତାରେ ବନ୍ଧିଦେବେ ଏହା ପରେ ଏହି ପୋଟିଲି କୁ ଆପଣଙ୍କ ମୁଣ୍ଡ ଉପରେ ୭ ଥର ଓଲଟା ବୁଲେଇବେ ଏହାପରେ ଏହାକୁ ଧରି ଆପଣଙ୍କ ମୁଖ୍ୟ ଦ୍ବାରା ପାଖକୁ ଆସିଯିବେ ତା ପରେ ଏହାକୁ ଆପଣଙ୍କ ମୁଖ୍ୟ ଦ୍ଵାରର ଭିତର ଭାଗରେ କେଉଁଠି ବି ଓହଳେଇ ଦେବେ ଏବଂ ଏହି ପୋଟୋଳି କି ଆପଣ ୩୧ ତାରିଖ ଅର୍ଥାତ୍ ଚତୁର୍ଥୀ ପର୍ଯ୍ୟନ୍ତ ରଖିବେ ତା ପରେ ଏହାକୁ କେଉଁ ବି ପାଣିରେ ବିସର୍ଜିତ କରିଦେବେ।ଆପଣ ଏହାକୁ ଓସ୍ତ ଗଛ ତଳେ ମଧ୍ୟ ଦଵେଇ ଦେଇ ପାରିବେ।ଏହି ଉପାୟ କରିବା ପରେ ଆପଣଙ୍କ ଉପରେ ଗ୍ରହଣ ର ଖରାପ୍ ପ୍ରଭାବ ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *