କଣ ବାସି ଭାତକୁ ଆପଣ ଫୋପାଡି ଦେଉଛନ୍ତି ତେବେ ଜାଣି ରଖନ୍ତୁ ସତେଜ ଭାତ ଅପେକ୍ଷା ବାସି ଭାତ ଶରୀର ପାଇଁ ବେଶ୍ ହିତକର।
ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଆନ୍ତି।
ପ୍ରାୟ ଅଧିକାଂଶ ଲୋକ ଭାତକୁ ଏକ ମୁଖ୍ୟ ଖାଦ୍ୟ ରୁପେ ଖାଇଥାନ୍ତି।ବସି ଭାତ ଖାଇବା ଶରୀର ପାଇଁ ବହୁତ୍ କ୍ଷତିକାରକ ବୋଲି ଅନେକ ଭାବିଥାନ୍ତିି କିନ୍ତୁ ଏହି ବସି ଭାତ ଖାଇବା ଦ୍ବାରା ଆମ ଶରୀରର କୌଣସି ପ୍ରକାର କ୍ଷତି ହୋଇ ନ ଥାଏ।ବରଂ ଏହା ଦ୍ବାରା ଆମ ଶରୀରର ବହୁତ୍ ରୋଗକୁ ଦୂର କରିବାରେ ସାହାଯ୍ୟ କରେ।
ଆସନ୍ତୁ ଜାଣିବା ବସି ଭାତ ଖାଇବା ଦ୍ବାରା କଣ ଫାଇଦା ମିଳିଥାଏ। ଆସାମ ର ଏଗ୍ରିକଲଚର ରିପୋର୍ଟର ଏକ ଅନୁସନ୍ଧାନରୁ ଜଣା ପଡିଛି ଯେ ବାସି ଭାତରେ ଭରପୁର ମାତ୍ରାରେ ପୋଷାକ ତତ୍ଵ ରହିଥାଏ।
ଯଦି ଆପଣ ୧୦୦ ଗ୍ରାମର ଗରମ୍ ଭାତ ଖାଉଛନ୍ତି ତେବେ ସେଥିରୁ ୩.୪ ମିଲି ଗ୍ରାମର ଆଇରନ ମିଳିଥାଏ।କିନ୍ତୁ ଏହି ଭାତକୁ ଯଦି ଗୋଟିଏ ରାତି ରଖି ପର ଦିନ ସକାଳୁ ଖିଆଯାଏ ତେବେ ଏଥିରେ ଆଇରନ ଭାଗ ବଢି ୭୩.୯୧ ପ୍ରତିଶତରେ ପହଞ୍ଚି ଯାଇଥାଏ ତେବେ କେବଳ ଆଇରନ ଭାଗ ନୁହେଁ।ଏଥିରେ ମଧ୍ୟ କ୍ୟାଲିସିୟମ୍, ପୋଟାସିୟମ ଭାଗ ବଢି ଯାଇଥାଏ।
ବାସି ଭାତରେ ଫାଇଭର ମଧ୍ୟ ରହିଥାଏ ଯାହାକି କୋଷ୍ଟ କଠିନ୍ୟ ସମସ୍ୟା ମଧ୍ୟ ଦୁର କରିଥାଏ।ଏହା ଛଡ଼ା ପେଟ ଗରମ୍ ହୋଇ ଯାହା ସବୁ ସମସ୍ୟା ଦେଖାଯାଇଥାଏ ତାହା ବାସି ଭାତ ଖାଇବା ଦ୍ବାରା ହିଁ ଦୁର ହୋଇଥାଏ।ଯଦି ଆପଣଙ୍କୁ ଆଲେର୍ଜି ଭଳି ସମସ୍ୟା ଦେଖାଯାଉଛି ତାହାହେଲେ ସପ୍ତାହରେ ୩ ଥର ବାସି ଭାତ ସେବନ କରନ୍ତୁ।ବାସି ଭାତ ଖାଇବା ଦ୍ବାରା ଘା ମଧ୍ୟ ଶୀଘ୍ର ଶୁଖିଯାଏ।ଯଦି ଆପଣଙ୍କର ଚା ବା କଫି ଅଭ୍ୟାସ ଅଛି ଏବଂ ଏହାକୁ ଛାଡ଼ିବାକୁ ଚାହୁଁଛନ୍ତି ତେବେ ବାସି ଭାତ ସେବନ କରନ୍ତୁ ।ଦେଖିବେ ଏହି ଅଭ୍ୟାସ ମଧ୍ୟ ଛାଡ଼ି ଯିବ।