ବିଧାୟକ ଙ୍କ ପୋଲ୍ ଖୋଲିଦେଲେ ଜୟଶ୍ରୀ :ସତ୍ୟବାଦୀ ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁ ବିଧାୟକ କରିଥିଲେ ବିରୋଧ

ଓଡ଼ିଶାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବାକୁ ନେଇ ଚାଲିଥିବା ବହୁ ତର୍କ ବିତର୍କ ପରେ ଶେଷରେ ପବିତ୍ର ଗୁରୁପୂର୍ଣ୍ଣିମା ରେ ସର୍ବଶ୍ରେଷ୍ଠ ଗୁରୁ ପଞ୍ଚସଖା ଙ୍କୁ ମିଳିଥିଲା ଗୁରୁଦକ୍ଷିଣା I ସତ୍ୟବାଦୀର ବକୁଳବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ଫାଇଲ ରେ ଶେଷରେ ମୋହର ମାରିଥିଲେ ସରକାର I ତେବେ ଏପରି ଏକ ବିରଳ ଐତିହାସିକ ସଫଳତା ର ଶ୍ରେୟ ନେବାକୁ ବିଭିର୍ଣ୍ଣ ଗୋଷ୍ଟି ମଧ୍ୟରେ ଝିଙ୍କା ପଟା ଲାଗିଥିବା ବେଳେ ଏନେଇ ଏକ ଘରୋଇ ଚାନେଲ ରେ ମୁଂହ ଖୋଲିଛନ୍ତି ଓଡ଼ିଆ ବିଶ୍ୱବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ର ସହ ସମ୍ପାଦକ ଜୟଶ୍ରୀ ମହାପାତ୍ର I

ଖୋଲାଖୋଲି ଆଙ୍ଗୁଳି ଉଠାଇଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ଉପରକୁ I ଏବଂ ଏ ସଫଳତା ର ସମସ୍ତ ଶ୍ରେୟ ସତ୍ୟବାଦୀ ର ଯୁବ କମିଟି ,ଅଶୋକ ମିଶ୍ର ଏବଂ ସତ୍ୟବାଦୀ ବାସିନ୍ଦାଙ୍କର ଏଥିରେ ବିଧାୟକ ଙ୍କର କୌଣସି ଭୂମିକା ନାହିଁ I ଏପରିକି ଯେତେବେଳେ ଜୟଶ୍ରୀ ସତ୍ୟବାଦୀ ରେ ବିଶ୍ୱବିଦ୍ୟାଳୟ ର ପ୍ରସ୍ତାବ ନେଇ ବିଧାୟକ ଙ୍କ ପାଖକୁ ଯାଇଥିଲେ ଖୋଦ ବିଧାୟକ ଏହାକୁ ବିରୋଧ କରିଥିଲେ I ସେତେବେଳେ ବିରୋଧ କରୁଥିବା ଏବଂ ସାମାନ୍ୟତମ ଅବଦାନ ନଥିବା ବିଧାୟକ ଙ୍କର ନିଜକୁ ନିଜେ ଶ୍ରେୟ ନେବାକୁ ଅପଚେଷ୍ଟା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସମାଲୋଚନା କରିଛନ୍ତି Iତେବେପୁରୀ ସାଂସଦ ପିନାକୀ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ଜୟଶ୍ରୀ Iତେବେ ଏହାକୁ ବିଧାୟକ ମହୋଦୟ ଖଣ୍ଡନ କରିଛନ୍ତି I ଅପରପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣାକୁ ସ୍ୱାଗତ କରାଯାଇ ହଜାର ହଜାର ସଂଖ୍ୟାରେ ସତ୍ୟବାଦୀ ଜନସାଧାରଣ ସାକ୍ଷୀଗୋପାଳ ପଞ୍ଚସଖା ସ୍ମୃତି ଠାରୁ ସମାଧି ପର୍ଯ୍ୟନ୍ତ ଏକ ବିଶାଳ ରାଲି ସହିତ ଜ୍ୟୋତି ଯାତ୍ରା କରିଥିଲେ ଏବଂ ପଞ୍ଚସଖା ଙ୍କ ସମାଧୀରେ ଫୁଲମାଳ ପକାଇଥିଲେ I ଅନ୍ୟପଟେ ପଞ୍ଚସଖା ସମାଧି ପୀଠ ରେ ଆଜି ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା ,ସ୍ମୃତିମଣ୍ଡପ ର ଚାବି କାହାପାଖରେ ମିଳିନଥିଲା ,ଏହାର ଉତ୍ତରଦାୟିତ୍ୱ ମନ୍ଦିର ପ୍ରଶାସନ ପାଖରେ ଥିଲେ ମଧ୍ୟ ଗତ ଉତ୍କଳ ଦିବସ ଠାରୁ ଚାବି ର ଠିକଣା ମିଳୁନାହିଁ I ଏପରି ଏକ ସ୍ପର୍ଶ କାତର ଘଟଣାରେ ପଞ୍ଚସଖା ସ୍ମୃତି ମଣ୍ଡପ ର ଚାବି ହଜିଛି ନା ଜାଣିଶୁଣି ହଜାଇଦିଆଯାଇଛି ତାହା ମଧ୍ୟ ତଦନ୍ତ ସାପେକ୍ଷ I ଆଜିର ବିଶାଳ ରାଲିରେ ପୁରୀ ପୌରପାଳିକା ନଗରଉର୍ନ୍ନୟନ ଅଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀ କ୍ରିୟାନୁଷ୍ଠାନ କମିଟିରୁ ଜୟଶ୍ରୀ ମହାପାତ୍ର , ରାମଶଙ୍କର ନନ୍ଦ ,ବିଶ୍ୱଜିତ ଶତପଥୀ ,ହୃଷିକେଶ ମିଶ୍ର ,ସତ୍ୟବାଦୀ ବିଜେଡି ବ୍ଲକ ସଭାପତି ରତିକାନ୍ତ ମିଶ୍ର ,ଟୁଟୁ ସତପଥି ,ନିହାର ରଞ୍ଜନ ସ୍ୱାଇଁ ଆଲୋକ ମହାପାତ୍ର ,ଗୋବିନ୍ଦ ମହାପାତ୍ର ,ଦେବାଶିଷ ,ହାପି ,ଏବଂ ସତ୍ୟବାଦୀ ମହୋସ୍ତବ କମିଟି ସଭାପତି ଜାନକୀ ମିଶ୍ର ,ସମ୍ପାଦକ ଜାନକୀ ବରାଳ ସମେତ ପ୍ରାଚୁର୍ଯ୍ୟ ହୋତା ,ରବୀନ୍ଦ୍ର ପ୍ରଧାନ ,ବସନ୍ତ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *