ଫୋନ ତଳେ ପଡିଗଲେ ଆଉ ଚିନ୍ତା ନାହିଁ ,ସାମସଙ୍ଗ ଆଣୁଚି ନୂଆ ଅନ ବ୍ରେକବଲ୍ ଫୋନ I ତଳେ ପଡିଲେ ବି ଭାଙ୍ଗିବନାହିଁ

ଆଜି କାଲି ଦୁନିଆ ରେ ସ୍ମାର୍ଟ ଫୋନ ଜୀବନ ର ଏକ ନିହାତି ଜରୂରୀ ଜିନିଷ ଏହା ଆମକୁ ଯୋଗାଯୋଗ ଠାରୁ ଆରମ୍ଭ କରି ଇଣ୍ଟର୍ନେଟ,ଭିଡିଓ, ଅଡିଓ ଓ ବିଭିର୍ଣ ଆପ ମାଧ୍ୟମ ରେ ଆମ ଜୀବନ ବହୁତ ସହଜ କରି ଦେଇଛି କିନ୍ତୁ ଏହାର ଡିସପ୍ଲେ ସ୍କ୍ରୀନ ଯେତିକି ସୁନ୍ଦର ସେତିକି ଭଙ୍ଗୁର ମଧ୍ଯ କାରଣ ଏହା ଥରେ ତଳେ ପଡିଗଲେ କଥା ସରିଲା, ସେଥିପାଇଁ ଆମେ ମୁଣ୍ଡରେ ହେଲମେଟ ନ ପିନ୍ଧୁ ପଛେ କିନ୍ତୁ ମୋବାଇଲ ରେ କଭର ଓ ସ୍କ୍ରୀନ ପ୍ରୋଟେକଟୋର ଯେମିତିହେଲେ ପକାଇଥାଉ I କିନ୍ତୁ ସାମସଙ୍ଗ କମ୍ପାନି ତିଆରି କରିଥିବା ନୂଆ ଡିସପ୍ଲେ ଏହାକୁ ବଦଳାଇ ଦବାକୁ ଯାଉଅଛି.I


ସାମସଙ୍ଗ ଏକ ନୂଆ ପ୍ରଯୁକ୍ତି ରେ ବିକାଶ କରିଥିବା ମୋବାଇଲ ଫୋନ ଡିସପ୍ଲେ ଆମେରିକା ରେ ପରୀକ୍ଷଣ କରାଯାଇଛି ଯାହା ଆଜି ପର୍ଜନ୍ତର ସବୁ କଠିନତା ପରୀକ୍ଷଣ କୁ ଆନୟସ ରେ ପାର କରିଯାଇଛି । ଏହା ମଧ୍ୟ ରେ ୧.୬ ମିଟର ଉଚରୁ ୨୬ ଥର ପକାଇବା, ୧.୮ ମିଟର ଊଚରୁ ୨୬ ଥର ପଡିବା ସହିତ ଅତି ଉଚ ତାପମାତ୍ରା (+୧୦୦॰) ଓ ଅତି ନୀଚ ତାପମାତ୍ରା (-୫୦॰) ପରୀକ୍ଷଣ କୁ ସହଜ ରେ ପାର କରି ଯାଇଛି I
ଏହା ପରେ ସାମସଙ୍ଗ ଏକ ଭିଡିଓ ଜାରି କରି ଏହାମଧ୍ୟ ଦେଖାଇଛି ଯେ ଏହାକୁ ହାତୁଡି ରେ ଆନେକ ବାର ବାଡେଇଲେ ମଧ୍ୟ ଏହା ଅତୁଟ ରହୁଛି ତେଣୁ ଏହାକୁ ସାମସଙ୍ଗ ଉନବ୍ରକବଲ ଡିସପ୍ଲେ ନାମକରଣ କରିଛି I ଏହା ଆସିବାକୁ ଥିବା ସାମସଙ୍ଗ ଗ୍ଯାଲାକ୍ସି ଏକ୍ସ ରେ ଉପଯୋଗ କରାଯାଇ ପାରେ I ଏହି ଡିସପ୍ଲେ କୁ ଭବିଷ୍ୟତରେ କାର, କଳକାରଖାନା ଓ ମିଲିଟାରୀ ରେ ଉପଯୋଗ କରାଯିବ।

Leave a Reply

Your email address will not be published. Required fields are marked *