ମଶା ରୁ ରକ୍ଷା ପାଇବା ପାଇଁ ଘର ପାଖରେ ଲଗାନ୍ତୁ ଏହି ତିନୋଟି ଗଛ

ଆପଣମାନେ ଜାଣିଥିବେ ବର୍ଷା ଦିନେ କେମିତି ପୃଥିବୀ ସବୁଜ ହୋଇ ଉଠେ।କିନ୍ତୁ ବର୍ଷା ଦିନେ ସବୁଠୁ ବଡ଼ ସମସ୍ୟା ହେଉଛି ମଶା।

ବର୍ଷା ଦିନେ ସବୁଜାଗାରେ ପାଣି ଜମି ରହିଥିବାରୁ ଏହା ମଶା ମାନଙ୍କ ବଂଶ ବୃଦ୍ଧି ବହୁତ୍ ଶୀଘ୍ର ହୋଇଥାଏ।ଯାହା ଦ୍ବାରା ଆମେ ମଶା କାମୁଡ଼ା ଜନିତ ରୋଗର ଆକ୍ରାନ୍ତ ହୋଇଥାଉ ।

ଯଦି ଆପଣ ବର୍ଷା ଦିନେ ନିଜ ଘରକୁ ମଶା ମୁକ୍ତ କରିବାକୁ ଚାହୁଁଛନ୍ତି ତେବେ ନିଜ ଘର ପାଖରେ ଏହି ୩ଟି ଗଛ ଲଗାନ୍ତୁ।ଏହା ଦ୍ବାରା ଘର ଚାରିପାଖରେ ମଶା ର ପାଦୃଭାବ କମି ଯିବ।

୧. ଲଭେଣ୍ଡର-

ଏହି ଗଛରୁ ବାହାରୁ ଥିବା ବାସ୍ନା ମଶା ମାନଙ୍କୁ ଘର ଭିତରକୁ କୁ ପ୍ରବେଶ କରିବାକୁ ରୋକିଥାୟେ।ଏହି ଗଛକୁ ଆପଣ ନିଜ ଘର ବଗିଚାରେ ଲଗେଇପାରିବେ କିମ୍ବା ନିଜ ଶୋଇବା ଘରେ କୁଣ୍ଡରେ ଲଗେଇ ରଖିପାରିବେ।ଏହା ଦ୍ବାରା ମଶା ଆପଣଙ୍କ ଗୃହକୁ ପ୍ରବେଶ କରି ପାରନ୍ତି ନାହିଁ।

୨.ଲେମନ୍ ଗ୍ରାସ –

ଏହା ଘରେ ଲଗେଇଲେ ଏହାର ପ୍ରଭାବରେ ମଶା ମାନଙ୍କୁ ଭିତରକୁ ପ୍ରବେଶ କରିବାରେ ଅସୁବିଧା ହୋଇଥାଏ।

ଏହାର ବାସ୍ନା ଆଘ୍ରାଣ କରିବା ପରେ ମଶା ମାନେ ନିଶ୍ବାସ ନେଇ ପାରନ୍ତି ନାହିଁ।

୩.ପୋଦିନା ଗଛ –

ଏହା ଦ୍ବାରା ମଧ୍ୟ ମଶା ମାନଙ୍କୁ ଘର ଭିତରକୁ ଆସିବାପାଇଁ ରୋକା ଯାଇ ଥାଏ।ମଶା ଙ୍କୁ ଦୁର କରିବାକୁ ଚାହୁଁଥିଲେ ଆଜି ହିଁ ଘରେ ପୋଦିନା ଗଛ ଆଣି ଲଗାନ୍ତୁ।ଏହି ସବୁ ଗଛ ଆଣି ଘର ଚାରି ପଟେ ଲଗେଇଲେ ଆପଣଙ୍କ ଘରେ ମଶା ର ପାଦ୍ରୁ ଭାବ କମି ଯାଇଥାଏ।

Leave a Reply

Your email address will not be published. Required fields are marked *