ଖବକାଗଜ ତଳେ ଏହି ଚାରୋଟି ବିନ୍ଦୁ କଣ ପାଇଁ ରହିଥାଏ

 

ଆମେ ଜୀବନରେ ବହୁତ୍ ଛୋଟ ଛୋଟ ଘଟଣାକୁ ଦେଖି ମଧ୍ୟ ଅଣ ଦେଖା କରିଦେଉ।

ଏମିତିରେ ତ ଆମେ ଖବର କାଗଜ ମାଧ୍ୟମରେ ଦୁନିଆର ବହୁତ୍ କଥା ଜାଣିଥାଉ।କିନ୍ତୁ କଣ ଆପଣ ଖବର କାଗଜ ତଳେ ଥିବା ଏହି ଚାରୋଟି ରଙ୍ଗୀନ୍ ବିନ୍ଦୁ ଉପରେ ନଜର ପକେଇଛନ୍ତି।

ପ୍ରତ୍ୟେକ ଲୋକ ଏହି ବିନ୍ଦୁ ଦେଖିଥିଲେ ମଧ୍ୟ ଆମ ମଧ୍ୟରୁ ୯୯ % ଲୋକ ଜାଣି ନ ଥିବେ କି ଏହାର ଆବଶ୍ୟକତା କଣ।ଚାଲନ୍ତୁ ଜାଣିବା ଏହାର କାରଣ କଣ? ପ୍ରଥମେ ଖବରକାଗଜ ଗୁଡ଼ିକ କଳା ଏବଂ ଧଳା ରଙ୍ଗରେ ଆସୁଥିଲା।

ସମୟ ସହିତ ତାଳ ଦେଇ ଧୀରେ ଧୀରେ ଖବର କାଗଜ ଗୁଡ଼ିକ ରଙ୍ଗୀନ୍ ଭାବରେ ପ୍ରକାଶ କଲେ।

ଆମେ ସମସ୍ତେ ସ୍କୁଲ ସମୟରୁ ଏହି କଥା ପଢି ଆସିଛେ ଯେ ମୁଖ୍ୟ ରଙ୍ଗ ୩ଟି ଅଟେ।ଲାଲ୍,ହଳଦୀ ଏବଂ ନୀଳ।ସେମିତି ଏହି ୩ଟି ରଙ୍ଗ ହିଁ ପେଣ୍ଟିଂରେ ଲାଗେ।କିନ୍ତୁ ଏହା ସହ ଆଉ ଏକ ରଙ୍ଗ ଯୋଡିହୋଇଯାଇଛି।ଏବଂ ତାହା ହେଉଛି କଳା ରଙ୍ଗ।ଏହି ୪ ଟି ରଙ୍ଗ C MYK କ୍ରମରେ ରହିଥାଏ।C ଅର୍ଥ ନୀଳ ରଙ୍ଗ,M ଅର୍ଥ ନାଲି ରଙ୍ଗ,Y ଅର୍ଥ ହଳଦୀ ରଙ୍ଗ,ଆଉ k ଅର୍ଥ କଳା ରଙ୍ଗ।

ଏହି ୪ ଟି ରଙ୍ଗକୁ ମିଶାଇ ଯେ କୌଣସି ରଙ୍ଗ ତିଆରି କରାଯାଇପାରିବ।ଏବଂ ଗୋଟେ ଖବରକାଗଜ କୁ ଛାପିବା ପାଇଁ ଏହି ୪ ଟି ରଙ୍ଗର ପ୍ଲେଟ୍ କୁ ଅଲଗା ରଖାଯାଏ।ବେଳେ ବେଳେ ଆପଣ ଏ କଥା ଦେଖିଥିବେ ଯେ ଖବର କାଗଜରେ ଫଟୋ ଗୁଡ଼ିକ ଧୂସର ହୋଇଯାଇଛି।ଏବଂ ଏହା ସେତେବେଳେ ହୋଇଥାଏ ଯେତେବେଳେ ରଙ୍ଗ ଗୁଡ଼ିକ ଓଭର୍ ଲାପିଂ ହୋଇଥାଏ।

ଏଥିପାଇଁ ଏହି ୪ ଟି ରଙ୍ଗକୁ ପ୍ରିଣ୍ଟ ର ମାର୍କର ବୋଲି କୁହାଯାଏ।ଏବଂ ପ୍ରତ୍ୟେକ ଖବର କାଗଜରେ ଏହି ୪ ଟି ରଙ୍ଗ ଦିଆଯାଇଥାଏ।

One Comment on “ଖବକାଗଜ ତଳେ ଏହି ଚାରୋଟି ବିନ୍ଦୁ କଣ ପାଇଁ ରହିଥାଏ”

Leave a Reply

Your email address will not be published. Required fields are marked *