ଦ୍ୱିତୀୟ ସ୍ତ୍ରୀ କୁ ଭଲ ପାଇବାରୁ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲେ ପ୍ରଥମ ସ୍ତ୍ରୀ

କଥାରେ ଅଛି ଦୁଇ ଡଙ୍ଗାରେ ଗୋଡ ଦେଲେ ହଇରାଣ ହେବାକୁ ପଡେ I ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜାଫରନଗର ରେ I ପ୍ରାପ୍ତ ସୂଚନା ଅନୁଯାଇ ,ଲୋହେସ ନାମକ ବ୍ୟକ୍ତି ପ୍ରଥମେ ବିବାହ କରିଥିଲେ କିନ୍ତୁ ତାଙ୍କର କୌଣସି ସନ୍ତାନ ନହେବାରୁ ,ମେଡିକାଲ ପରୀକ୍ଷା ରୁ ଜଣାପଡିଥିଲା ଯେ ପ୍ରଥମ ସ୍ତ୍ରୀଙ୍କର ସନ୍ତାନ ହେବାର ସମସ୍ୟା ଅଛି I

ଫଳରେ ଲୋହେସ ଆଉଥରେ ବିବାହ କରିଥିଲେ ଏବଂ କିଛି ମାସ ପରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ I ଏହାପରେ ଲୋହେସ ପ୍ରଥମ ସ୍ତ୍ରୀ ଅପେକ୍ଷା ଦ୍ୱିତୀୟ ସ୍ତ୍ରୀ କୁ ଅଧିକ ଭଲ ପାଇବାରେ ଲାଗିଲେ ,ଫଳରେ ପ୍ରଥମ ସ୍ତ୍ରୀ ମାନସିକ ଆଘାତ ପାଇଥିଲେ ଏବଂ ସଉତୁଣୀର ସୁଖରେ କ୍ରୋଧିତ ହେଇ ସ୍ୱାମୀର ଗୁପ୍ତାଙ୍ଗ କୁ କାଟିଦେଇଥିଲେ I ସ୍ୱାମୀଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି I ଏନେଇ ପ୍ରଥମ ସ୍ତ୍ରୀ ଙ୍କ ନାମରେ ଏତଲା ଦାୟର କରାଯାଇଛି I

Leave a Reply

Your email address will not be published. Required fields are marked *