ଟ୍ରାଫିକ୍ ନିୟମ ଭାଙ୍ଗିଥିବା ପୋଲିସ୍ ଏଡିଜିଙ୍କ ପତ୍ନୀ ଏବଂ ଝିଅ ଙ୍କୁ ମାଡ ମାରି ସାବାଡ଼ କଲେ କନେଷ୍ଟବଳ, ରାଜଧାନୀ ଏଜି ଛକରେ I

ବେଳେବେଳେ ପାୱାର ରେ ଥିବା ଅଫିସର ଙ୍କ ନିଜ ଲୋକମାନେ ପାୱାର ଦେଖାଇ ନିୟମ ଭାଙ୍ଗିଥାନ୍ତି ଏବଂ ଅନ୍ୟକୁ ଧମକାଇଥାନ୍ତି I କିନ୍ତୁ ପାୱାର ଦେଖାଇ ନିୟମ ଭାଙ୍ଗିବା ଜଣେ ଏଡିଜିଙ୍କ ପତ୍ନୀ ଏବଂ ଝିଅ ଙ୍କୁ ମହଂଗା ପଡିଛି I ଘଟଣାଟି ଭୁବନେଶ୍ୱର ଏଜି ଛକର I ମିଳିଥିବା ସୂଚନା ଅନୁଯାଇ ,ଛକରେ ,ନାଲିବତୀ ସଂକେତ ଦେବା ପରେ ମଧ୍ୟ ଗାଡି ରେ ଥିବା ଜଣେ ମହିଳା ଏବଂ ତାଙ୍କଝିଅ ଆଗକୁ ମାଡିଚାଲିଥିଲେ I ଏନେଇ ଡିଉଟି ରେ ଥିବା ଟ୍ରାଫିକ କନେଷ୍ଟବଳ ତାଙ୍କୁ ଅଟକାଇ ଥିଲେ ,

ଏବଂ ଟ୍ରାଫିକ ନିୟମ କାହିଁକି ଭାଙ୍ଗିଲେ ବୋଲି ପ୍ରଶ୍ନ କରିବାରୁ ଏଥିରେ ମହିଳା ଜଣଙ୍କ ଉତ୍ୟକ୍ତ ହେଇ କନେଷ୍ଟବଳ ଙ୍କୁ ଗାଳି ଗୁଲଜ କରିବା ସହିତ ସେ ଏଡିଜିଙ୍କ ପତ୍ନୀ ,ମୁଖ୍ୟମନ୍ତ୍ରି ଙ୍କୁ କହି ତାଙ୍କ ଚାକିରିରୁ ବାହାର କରିଦେବେ I ଏବଂ ଘଟଣାସ୍ଥଳରେ ହଙ୍ଗାମା କରିଥିଲେ ପରିସ୍ଥିତି କୁ ଆୟତ୍ତ କରିବାକୁ କର୍ତବ୍ୟରତା କନେଷ୍ଟବଳ ଜଣଙ୍କ ଏଡିଜିଙ୍କ ପତ୍ନୀ ଏବଂ ଝିଅ ଙ୍କୁ ଚାପୁଡ଼ା ମାରିବା ସହିତ ଟ୍ରାଫିକ ର ପାଠ ପଢ଼ାଇଥିଲେ I ଆପଣ ଯିଏ ବି ହୁଅନ୍ତୁ ପ୍ରଥମେ ଟ୍ରାଫିକ ନିୟମ ମାନନ୍ତୁ ବୋଲି ମହିଳା ଏବଂ ତାଙ୍କ ଝିଅଙ୍କୁ ଚେତାବନୀ ଦେଇ ଟ୍ରାଫିକ ଥାନାକୁ ନେଇଯାଇଥିଲେ ସମ୍ପୃକ୍ତ କନେଷ୍ଟବଳ I କିଛିସମୟପରେ ମହିଳାଙ୍କ ସ୍ୱାମୀ ଅତିରିକ୍ତ ପୁଲିସ୍ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଘଟଣା ସ୍ଥଳରେ ପହଁଚି ସମସ୍ୟାର ସମାଧାନ କରିଥିଲେ I କନେଷ୍ଟବଳ ଙ୍କ ନାମ ପୁଷ୍ପଲତା ଭୋଇ,ମିଡ଼ିଆ ଆଗରେ ପୁଷ୍ପ କହିଛନ୍ତି କି ମୁ ଦାୟିତ୍ୱ ରେ ଥିବାବେଳେ ମୋ କର୍ତବ୍ୟ କରିଛି ,ସେ ଯିଏ ବି ହୁଅନ୍ତୁ ଆଇନ ଆଗରେ ସମସ୍ତେ ସମାନ I ଏଡିଜିଙ୍କ ପତ୍ନୀ ଏବଂ ଝିଅ ବୋଲି କଣ ଟ୍ରାଫିକ ନିୟମ ମାନିବେନି ?

One Comment on “ଟ୍ରାଫିକ୍ ନିୟମ ଭାଙ୍ଗିଥିବା ପୋଲିସ୍ ଏଡିଜିଙ୍କ ପତ୍ନୀ ଏବଂ ଝିଅ ଙ୍କୁ ମାଡ ମାରି ସାବାଡ଼ କଲେ କନେଷ୍ଟବଳ, ରାଜଧାନୀ ଏଜି ଛକରେ I”

Leave a Reply

Your email address will not be published. Required fields are marked *