ଏହି ସମୟରେ ଯଦି କାଉ ରାବିଥାଏ ତେବେ ଏହା ଅଶୁଭ ,ମାଡିଆସିଥାଏ ଘୋର ବିପଦ

କାଉ କୁ ଶନିଦେବ ଙ୍କ ପ୍ରିୟ ବୋଲି କୁହାଯାଏ , କାଉ ପାଖରେ ଏକ ଅଦଭୂତ ଶକ୍ତି ଅଛି , କାଉ ମାନେ କଥା ନକହିପାରିଲେ ମଧ୍ୟ ସେମାନଙ୍କର ସାଙ୍କେତିକ ଭାବ ଦ୍ୱାରା ଅନେକ ବିପଦ ର ବହୁ ପୂର୍ବରୁ ଜଣା ପଡିଯାଇଥଏ
1) ଯଦି ଘର ଉପରେ କାଉ ରାବ କରିଥାଏ ଏବଂ ପରସ୍ପର ମଧ୍ୟରେ ଝଗଡା ଲାଗିଥାନ୍ତି ତେବେ ଘରର ମାଲିକ ଉପରେ ସଙ୍କଟ ଆସିବାର ସଂକେତ I

2) ଉତ୍ତର କିମ୍ବା ପୂର୍ବ ଦିଗରୁ ଖରାବେଳେ ଯଦି କାଉର ରାବ ଶୁଣନ୍ତି ତେବେ ସେଦିନ ଶୁଭ ତଥା ଲାଭକାରୀ ରହିବ I

3) ଯଦି ଘରର ଉପରେ ବସି ଦକ୍ଷିଣ ଦିଗକୁ ମୁହଁ କରି ରାବୁଥାଏ ତେବେ ଏହାକୁ ଅଶୁଭ ସଂକେତ ମନାଯାଏ I ଏହାଦ୍ୱାରା କେହି ମୃତ୍ୟୁ ମୁଖରେ ପଡିପାରେ I

4) ରାସ୍ତାରେ ଯିବାବେଳେ ଯଦି କାଉ ପାଣି ପିଉଥିବାର ଦେଖନ୍ତି ତେବେ ଧନ ଲାଭର ସୂଚନା ଅଟେ I ଯେଉଁ କାମରେ ଯାଉଛନ୍ତି ଶୁଭ ହେବ I

5) କାଉ ଯଦି ମୁଁହରେ ରୁଟି କିମ୍ବା ମାଂସ ଧରିଥିବାର ଦେଖନ୍ତି , ତେବେ ଆପଣଙ୍କର କୌଣସି ବଡ ଇଛା ପୂର୍ଣ୍ଣ ହେବାର ସଂକେତ I

6) କାଉ ଯଦି ଶରୀର ଉପରେ ବସିଯାଏ , ତେବେ ଖୁବ ଶୀଘ୍ର ଆପଣ ଙ୍କୁ ଶାରୀରିକ ଏବଂ ମାନସିକ ପୀଡା ଭୋଗିବାକୁ ପଡିବ I

7) ସକାଳ ସମୟରେ ଯଦି କାଉ ଉଡ଼ିକି ଆସି ମୁଣ୍ଡ ଉପରେ ତା ଗୋଡ ଦ୍ୱାରା ସ୍ପର୍ଶ କରି ଚାଲିଯାଏ ତେବେ ଏହା ଅତ୍ୟନ୍ତ ଶୁଭ I

ଏହାଦ୍ୱାରା ଜୀବନର ଉର୍ନତି ଏବଂ ଧନଲାଭ ହେଉଥାଏ I
8) ଯଦି ସକାଳୁ ସକାଳୁ ଘର ଉପରେ ବସି ବହୁ ଜୋରରେ କାଉ ରାବ କରିଥାଏ ତେବେ ଘରକୁ କେହି ଅତିଥି ଆସିଥାଏ I

Leave a Reply

Your email address will not be published. Required fields are marked *