ଶନିବାରରେ ଗୁଆର ଏପରି ଉପଯୋଗ ଆପଣଙ୍କୁ ଆଣିଦେବ ସୌଭାଗ୍ୟ

ସାଧାରଣତଃ ଗୁଆ କୁ ପାନ ସହିତ ଖିଆଯାଇଥାଏ ଏବଂ କୌଣସି ଶୁଭକାର୍ଯ୍ୟରେ ମଧ୍ୟ ଏହାକୁ ପ୍ରଥମେ ଖୋଜାଯାଇଥାଏ I ପୂଜା କାର୍ଯ୍ୟରେ ଗୁଆର ବ୍ୟବହାର ଅତ୍ୟନ୍ତ ଶୁଭ ହେଇଥାଏ I ସାଧାରଣତଃ ପୂଜା ପର୍ବରେ ଗଳି ଗୁଆର ବ୍ୟବହାର କରାଯାଇଥାଏ ,ମାନେ ଯେଉଁ ଗୁଆର ଆକାର ଛୋଟ ଥାଏ ଏବଂ ଟିକେ ଲମ୍ବାଳିଆ ହେଇଥାଏ I କିନ୍ତୁ ଶାସ୍ତ୍ର ଅନୁସାରେ ଗୁଆକୁ ଅତ୍ୟନ୍ତ ଶୁଭ ମନାଯାଇଥାଏ ଏବଂ ଏହାର ବାସ୍ତୁ ଶାସ୍ତ୍ର ଅନୁଯାଇ ଅନେକ ଉପକାର ରହିଥାଏ I ଯଦି ବ୍ୟବସାୟରେ ସବୁବେଳେ କ୍ଷତି ଲାଗିରହୁଥାଏ ତେବେ କୌଣସି ଏକ ଶନିବାର ରାତିରେ ଏକ ଅକ୍ଷତ ଗଳି ଗୁଆ ସହିତ ଏକ ତମ୍ବା ପଇସା ନେଇ ଏକ ଓସ୍ତ ଗଛ ମୂଳରେ ରଖିଦେଇ ଘରକୁ ପଳେଇଆସନ୍ତୁ ଏବଂ ତା ପରଦିନ ଅର୍ଥାତ ରବିବାର ସକାଳୁ ସେହି ଓସ୍ତ ଗଛରୁ ଏକ ପତ୍ର ଆଣି

ନିଜ ବ୍ୟବସାୟ ଅଫିସ କିମ୍ବା ଅଲମାରୀରେ ରଖିଦିଅନ୍ତୁ ଏବଂ ପ୍ରତ୍ୟକ ଦିନ ସନ୍ଧ୍ୟାସମୟରେ ଧୂପ ଦେଇ ପୂଜା କରନ୍ତୁ ଦେଖିବେ ମା ଲକ୍ଷ୍ମୀଙ୍କର କୃପା ମିଳିବ ଏବଂ ବ୍ୟବସାୟରେ ଲାଭ ହେବ I

ଯଦି ଘରେ କୌଣସି ନକାରାତ୍ମକ ଶକ୍ତି ବା ଦୁଷ୍ଟ ଶକ୍ତିର ପ୍ରଭାବ ବଢ଼ିବାରେ ଲାଗେ ତେବେ ସନ୍ଧ୍ୟାସମୟରେ ଏକ ତମ୍ବା ପାତ୍ର ରେ କିଛି ପାଣି ନେଇ ଏକ ଗୁଆକୁ ହାତରେ ଧରି ନିଜର ଇଷ୍ଟ ଦେବୀଙ୍କୁ ସୁମରଣା କରି ସେହି ପାତ୍ରରେ ଗୁଆକୁ ବୁଡା଼ଇଦିଅନ୍ତୁ ଏବଂ ଘରର ମଝି ଅଗଣାରେ ରଖିଦିଅନ୍ତୁ I

ପରଦିନ ସକାଳୁ ଉଠି ସେହି ପାତ୍ର ସହିତ ଗୁଆକୁ ନେଇ ପାଖରେ ଥିବା ଯେ କୌଣସି ମନ୍ଦିର ରେ ରଖିଦେଇ ଆସନ୍ତୁ I ଘରୁ ସମସ୍ତ ନକାରାତ୍ମକ ଶକ୍ତିର ବିନାଶ ହେବ I

Leave a Reply

Your email address will not be published. Required fields are marked *