ରାତିଅଧରେ ନାବାଳିକା କୁ ଘରୁ ଟେକିନେଇ ଜଙ୍ଗଲରେ ରାତିସାରା ଧର୍ଷଣ

ଦୁଷ୍କର୍ମ ନିର୍ଯାତନା କୁ ଯେତେ ରୋକିବାକୁ କଠୋର ଆଇନ ହେଲେମଧ୍ୟ ଏହା ଯେପରି ଅପରାଧୀ ମାନଙ୍କ ଉପରେ କୌଣସି ପ୍ରଭାବ ପକାଇପାରୁନାହିଁ I ବାରମ୍ବାର ନାବାଳିକା ଦୁଷ୍କର୍ମ ବଢିଚାଲିଛି I
ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ପୁଣିଥରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି I ଘରେ କେହି ନଥିବାର ସୁଯୋଗ ନେଇ ଗୋଟିଏ ଛୋଟ ଝିଅକୁ (ଯାହାର ବୟସ ମାତ୍ର 15 ବର୍ଷ ) ଘରୁ ଦୁଇଜଣ ଯୁବକ ରାତିଅଧରେ ଟେକି ନେଇଥିଲେ I

ନିକଟସ୍ଥ ଜଙ୍ଗଲରେ ନାବାଳିକାକୁ ରାତିସାରା ଦୁଷ୍କର୍ମ କରିଥିଲେ I ଯନ୍ତ୍ରଣାରେ ଝିଅଟି ଯେତେ ଚିତ୍କାର କଲେମଧ୍ୟ ଯୁବକଦ୍ବୟ ଛାଡ଼ିନଥିଲେ I ସକାଳୁ ଅତି ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇ ହସ୍ପିଟାଲ ରେ ଚିକିସ୍ଥା କରାଯାଉଛି I ଏନେଇ ଦୁଇ ଯୁବକ ଙ୍କ ବିରୁଦ୍ଧରେ ଏତଲା ଦିଆଯିବା ପରେ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *