ସାଓମି ଆଣୁଛି ନୂଆ ଫିଚର ଫୋନ: ଟକର୍ ଦେବ ଜିଓ ଫୋନ୍ କୁ

ଜିଓ ର ଫିଚର୍ ଫୋନ୍ ଲୋକ ମାନଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ। ଏହା ହେଉଛି ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ହେଉଥିବା ଏକମାତ୍ର ଫିଚର୍ ଫୋନ ଯାହାକି ୪ଜି ସେବା କୁ ସପୋର୍ଟ କରୁଛି।

ତେବେ ବର୍ତ୍ତମାନ ଭାରତ ର ଏକ ନମ୍ୱର୍ ସ୍ମାର୍ଟ୍ ଫୋନ କମ୍ପାନୀ ସାଓମୀ ମଧ୍ୟ ନେଇ ଆସୁଛି ଏକ ଫିଚର୍ ଫୋନ ଯାହା କି ଟକର ଦେବ ଜିଓ ଫୋନ କୁ।

ଜିଓ ଦେଉଥିବା ଫିଚର୍ ଫୋନ ରେ କେବଳ ଗୋଟେ ହିଁ ସିମ୍ ପୁରେଇବା ର ସୁବିଧା ଉପଲବ୍ଧ ଥିଲା ଆଉ ତାହେଲେ କେବଳ ଜିଓ ଶିମ୍।

କିନ୍ତୁ ଶାଓମୀ ଆଣୁଥିବା ଫିଚର୍ ଫୋନ ରେ ରହିବା ୨ ଟି ସିମ ବ୍ୟବହାର କରିବାର ସୁବିଧା। ଦୁଇଟି ସୀମ ମଧ୍ୟରୁ ଗୋଟିଏ ୪ଜି ରହିବ। ଏଥିରେ କିନ୍ତୁ ଆପଣ ନିଜ ମନ ମୁତାବକ କୌଣସି ବି ସୀମ୍ ପକାଇ ପାରିବେ।

ଏହି ଫୋନ ରେ ୨୫୬ ଏମ୍ ବି ର ରାମ ରହିବ। ଏହା ସହ ଆପଣ ମେମୋରି କାର୍ଡ ମଧ୍ୟ ଲଗେଇ ପାରିବେ ଫୋନ ରେ।

ଏହି ଫୋନ ର ଆଉ ଏକ ମୁଖ୍ୟ ଫିଚର୍ ହେଉଛି ଆଇ ଆର୍ ବ୍ଲାସ୍ତର।

ଯଦି ଆପଣ ବର୍ତ୍ତମାନ ମି ର କୌଣସି ଫୋନ୍ ଧରୁଥିବେ ତାହେଲେ ଆପଣ ଏହି ଆଇ ଆର୍ ବ୍ଲାସ୍ତର୍ ବିଷୟରେ ହୁଏତ ଜାଣିଥିବେ। ଏହା ଏପରି ଏକ ସୁବିଧା ଯାହା ମାଧ୍ୟମ ରେ ଆପଣ ନିଜ ଫୋନ ଦ୍ଵାରା ହିଁ ନିଜ ଟିଭି କିମ୍ବା ଏସି ଇତ୍ୟାଦି କୁ କଣ୍ଟ୍ରୋଲ କରି ପାରିବେ।

ଏହି ଫୋନ ର ଦାମ ପାଖା ପାଖି ୨୦୦୦ ରହିବ ବୋଲି ଆକଳନ କରାଯାଉଛି ଏହା ହୁଏତ ଏହି ଅକ୍ଟୋବର କିମ୍ବା ନଭେମ୍ବର ମାସ ମଧ୍ୟରେ ଏଣ୍ଡିଆନ୍ ମାର୍କେଟ କୁ ଆସିଯିବ।

Leave a Reply

Your email address will not be published. Required fields are marked *