ବ୍ଲେଡ୍ ମଝିରେ କାହିଁକି ଥାଏ ଏହିପରି ଫାଙ୍କା

ଆମ ଦୈନ ଦିନ ଜୀବନ ରେ ଆମେ ଏହିପରି ବହୁତ୍ ଜିନିଷ ବ୍ୟବହାର କରିଥାଉ ଯାହା କୁ ଆମ ଜୀବନ କୁ ସରସ ସୁନ୍ଦର କରିଦେଇଥାଏ। କିନ୍ତୁ ଏହିପରି ବହୁତ୍ କିଛି ଛୋଟ ଛୋଟ ଜିନିଷ ଥାଏ ଯାହା ଉପରେ କି ଆମେ ଧ୍ୟାନ ଦେଇନଥାଉ କି ଏହାକୁ କାହିଁକି ଏହିପରି ଭାବରେ ବନା ଯାଇଛି।

ଏଥିରୁ ଗୋଟେ ଜିନିଷ ହେଉଛି ବ୍ଲେଡ। ଏହାକୁ ନେଇ କେବେ ଆପଣ ଭାବି ଛନ୍ତି କି ଏହାକୁ ଏପରି ଭାବରେ କାହିଁକି ତିଆରି କରାଯାଇଛି।

ଆମର ସବୁ ଦିନ ଜୀବନ ରେ ବ୍ଳେଡ୍ କାମ ରେ ଆସେ। ସେଲୁନ୍ ଠୁ ନେଇ ହାତ ଗୋଡ଼ ର ନଖ କାଟିବା ପାଇଁ ଆମେ ବ୍ଲେଡ଼ କୁ ବ୍ୟବହାର କରିଥାଉ। କିନ୍ତୁ ଆପଣ କେବେ ଭାବି ଛନ୍ତି କି ଏହା ମଝିରେ କାହିଁକି ଥାଏ ଏହି ପ୍ରକାର ର ଫାଙ୍କା ସ୍ଥାନ।

୧୯୦୧ ମସିହା ରେ କିଙ୍ଗ କେପ ଜିଲେଟ୍ ଏହି ପ୍ରକାର ବ୍ଲେଡ଼ ର ଡିଜାଇନ୍ କରିଥିଲେ। ଏହି କମ୍ପାନୀ ସେତେବେଳେ ଏକମାତ୍ର କମ୍ପାନୀ ଥିଲା ଯାହାକି ବ୍ଳେଡ ସହ ରେଜର ବି ତିଆରି କରୁଥିଲା। ସେହି ସମୟରେ ଏହାକୁ ସେମାନେ ପ୍ୟାଟେନ୍ତ୍ କରିଦେଇଥିଲେ ଯାହାକି ୨୫ ବର୍ଷ ପରେ ସରିବା ପରେ ହିଁ ଅନ୍ୟ କମ୍ପାନୀ ମାନେ ବ୍ଲେଡ଼ ତିଆରି କଲେ।

କିନ୍ତୁ ପୂର୍ବରୁ ଯେଉଁ ବ୍ଲେଡ଼ ଆଉ ରେଜର୍ ଚାଲି ଆସୁଥିଲା ଅନ୍ୟ ନୂଆ କମ୍ପାନୀ ଯଦି ଅନ୍ୟ ପ୍ରକାର ର ବ୍ଲେଡ଼ ତିଆରି କରିଥାନ୍ତେ ତେବେ ଲୋକ ମାନଙ୍କ ପାଖରେ ଥିବା ରେଜାର ରେ ସେ ବ୍ଲେଡ଼ ଫିଟ୍ ହୋଇ ପରିନଥନ୍ତା।

ତେଣୁ ଅନ୍ୟ କମ୍ପାନୀ ମାନେ ମଧ୍ୟ ଏହି ପ୍ରକାର ର ବ୍ଲେଡ଼ ବନାଇଲେ।

ଏହି ଡିଜାଇନ୍ କଣ ପାଇଁ ହୋଇଥିଲା?

ଏହା ଏଥି ପାଇଁ ହୋଇଥିଲା କି ବ୍ଲେଡ଼ ବହୁତ୍ ପତଳା ହୋଇଥିଲା ଆଉ ଏହା ସହଜ ରେ ଭାଙ୍ଗି ନା ଯିବା ପାଇଁ ଏବଂ ରେଜାର୍ ରେ ସହଜ ରେ ଫିଟ୍ ହୋଇଯିବ ପାଇଁ।

ତେବେ ସେବେ ଠାରୁ ଏହି କାରଣ ପାଇଁ ଏହି ଡିଜାଇନ୍ ଚାଲି ଆସୁଛି।

Leave a Reply

Your email address will not be published. Required fields are marked *