ଭଗବାନ ଙ୍କ କାର୍ଯ୍ୟ କଲା ବେଳେ ମନରେ ପାପ ଚିନ୍ତା ଆସୁଛି କି

ଆଜି ଆମେ ଜାଣିବା ଭଗବାନ ଙ୍କ କାମ କଲା ବେଳେ ଯଦି ଆପଣଙ୍କ ମନକୁ କୁ ବିଚାର ଆସୁଛି ତାହେଲେ କଣ କରିବେ?

ସର୍ବଦା କୌଣସି ଧର୍ମ କାମ କରିବା ସମୟ ରେ କିମ୍ବା ଭଗବାନ ଙ୍କ ନାମ ଧରିବା ସମୟରେ କିମ୍ବା ଭଗବାନ ଙ୍କ ଦର୍ଶନ କରିବା ସମୟରେ ଆପଣଙ୍କ ମନକୁ କୁ ବିଚାର ଆସୁଛି କି? ଏପରି ବହୁତ୍ ଲୋକ ଙ୍କ ସହ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଏହାର କାରଣ।

ଥର ରାମକୃଷ୍ଣ ଙ୍କୁ ଜଣେ ସାଧୁ ପଚାରିଲେ ଯେ, ମୁଁ ସର୍ବଦା ଭଗବାନ ଙ୍କ ସ୍ମରଣ କରୁଚି,ସାଧନା କରୁଛି କିନ୍ତୁ ଏହି ସମୟରେ ମୋ ମନକୁ କୁ ବିଚାର ଆସୁଛି,ଏହାର କାରଣ କଣ?

ଏହାର ଉତ୍ତର ଦେବାକୁ ଯାଇ ପ୍ରଭୁ ରାମ କୃଷ୍ଣ ସାଧୁ ଜଣଙ୍କୁ ଏକ କାହାଣୀ ସୁଣାଇଲେ।

କାହାଣୀ:-

ଗୋଟେ ଲୋକ ଗୋଟେ କୁକୁର ପାଳିଥିଲା ଓ ସେ କୁକୁର କୁ ସେ ବହୁତ୍ ଭଲ ପାଉଥିଲା।ସେ ସର୍ବଦା କୁକୁର ର ଧ୍ୟାନ ରଖୁଥିଲା। ଏପରିକି ଖାଇବା ପିଇବା ହେଉ କିମ୍ବା ଅନ୍ୟ ଯେ କୌଣସି ବି ସମୟ ରେ କୁକୁର ଟି ତାର ସାଙ୍ଗ ରେ ରହୁଥିଲା।

ତେବେ ଏହାକୁ ଦେଖି ଯାଇ ବ୍ୟକ୍ତି ସେହି କୁକୁର ପାଳିଥିବା ବ୍ୟକ୍ତି ଙ୍କୁ କହିଲେ ସେ କୁକୁର ସହ ଏତେ ମିଳା ମିଶା କରିବା ଠିକ୍ ନୁହେଁ,ସର୍ବ ଶେଷରେ ସେ ଗୋଟେ ପଶୁ। କେବେ ବି କିଛି ବି ଅଘଟଣ ଘଟାଇ ପାରେ ସେ।

ଏହାକୁ ଶୁଣି ବ୍ୟକ୍ତି ଜଣଙ୍କ କୁକୁର ଠୁ ଦୂରେଇ ରହିବାକୁ ନିଷ୍ପତି ନେଲେ।

କିନ୍ତୁ କୁକୁର କେମିତି ବା ଏ କଥା ଜାଣିବ,ସେ ମାଲିକ କୁ ଦେଖିଲା ମାତ୍ରକେ ଆଗ ପରି ତାଙ୍କ କୋଳ କୁ ଚାଲି ଯାଉଥିଲା।କିନ୍ତୁ ମାଲିକ ଜଣଙ୍କ ତାକୁ ବାଡେଇ ଦୂରକୁ ରଖିବାକୁ ଚେଷ୍ଟା କରନ୍ତି କିନ୍ତୁ କୁକୁର ତାର ଅଭ୍ୟାସ ଛାଡୁନଥାଏ। କିଛି ଦିନ ପରେ କୁକୁର ର ଅଭ୍ୟାସ ଛାଡ଼ିଲା।

ସେ ଯେତେବେଳେ ଦେଖିଲା କି ମାଲିକ ପାଖକୁ ଯିବାରୁ ମାଲିକ ତାକୁ ବାଡ଼ାଉଛି ସେ ମାଲିକ ପାଖକୁ ଯିବା ବନ୍ଦ କରିଦେଲା।

ଏହି ଗଳ୍ପ କହି ସ୍ୱାମୀଜୀ କହିଲେ ତୁମେ ଯେଉଁ ସଂସାର ର ଭୋଗ ବିଳାସ ଭିତରେ ଲିପ୍ତ ଥିଲେ ସେମାନେ କେମିତି ତୁମକୁ ଏତେ ଶୀଘ୍ର ଛାଡ଼ି ଦେବେ।

ଏହା ସହ ସ୍ୱାମୀଜୀ କହିଲେ କି ସେହି ସାଂସାରିକ ମୋହ ମାୟ କୁ ତୁମେ ନିର୍ଦ୍ଦୟ ହୋଇ ଦମନ କର। ତାହା ଦିନେ ନା ଦିନେ ନିଶ୍ଚୟ ତୁମକୁ ଛାଡ଼ି ଚାଲିଯିବ।

Leave a Reply

Your email address will not be published. Required fields are marked *