ଭୁବନେଶ୍ୱର -ପୁରୀ NH ପାଲଟିଛି ମରଣଯନ୍ତା ଏହି ରାସ୍ତାରେ ଯିବାକୁ ଆପଣଙ୍କୁ ପିପିଲି ଟୋଲ ଗେଟ ରେ ଦେବାକୁ ପଡିବ 120 ଟଙ୍କା

ବିଶ୍ୱର ଏକ ତୀର୍ଥ ସ୍ଥାନ ଭାବେ ପରିଗଣିତ ଶ୍ରୀକ୍ଷେତ୍ର ପୁରୀ ରେ ପ୍ରତ୍ୟକ ଦିନ ହଜାର ହଜାର ଯାତ୍ରୀ ଛୁଟିଆସନ୍ତି I ଯାତ୍ରୀଙ୍କ ସୁବିଧା କୁ ଦୃଷ୍ଟି ରେ ରଖି NHDP (National Highways Development Project) ପକ୍ଷରୁ ଭୁବନେଶ୍ୱର ରୁ ପିପିଲି ଦେଇ ପୁରୀ ଏବଂ କୋଣାର୍କ କୁ 4ଲେନ ବିଶିଷ୍ଟ 810 କୋଟି ବଜେଟ ରେ ଜାତୀୟ ରାଜପଥ 203 ନିର୍ମାଣ କରାଯାଇଥିଲା I ପିପିଲି ବାଇପାସ ନିକଟରେ ଏଥିପାଇଁ ଟୋଲ ଗେଟ ନିର୍ମାଣ କରାଯାଇଥିଲା ଯଦିଓ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ କରାଯାଇଥିଲା ତଥାପି ପ୍ରଶାସନ ର ହସ୍ତକ୍ଷେପ ପରେ ଟୋଲ ଫି ଆଦାୟ କରାଯାଇଥିଲା ଚାରିଚକିଆ ଜାନ ଠାରୁ I

ପୁରୀକୁ ପ୍ରବେଶ ନିମନ୍ତେ ବର୍ତମାନ ଆପଣଙ୍କୁ ପ୍ରବେଶ ଶୁକ୍ଳ ନିମନ୍ତେ ସର୍ବନିମ୍ନ ଯିବା ଆସିବା ପାଇଁ 120 ଟଙ୍କା ନେଇଥାନ୍ତି I କିନ୍ତୁ ପିପିଲି ଛକ ଯେଉଁଠାରେ କି ନିମାପଡା ଏବଂ ପିପିଲି ସହିତ ପୁରୀ ଭୁବନେଶ୍ୱର ସଂଯୁକ୍ତ ହେଇଚି ସେହି ମୁଖ୍ୟ ରାସ୍ତା ରେ ଭୁବନେଶ୍ୱର ରୁ ପୁରୀ ଆସିଲା ବେଳକୁ NH ରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହେଇଚି I

ଯାହାଦ୍ୱାରା ବାରମ୍ବାର ଛୋଟ ମୋଟ ଦୁର୍ଘଟଣା ଘଟିବାର ସମ୍ଭାବନା ଥିଲେ ମଧ୍ୟ ଏହାକୁ ମରାମତି କରିବା କୁ କର୍ତ୍ତୃପକ୍ଷ ଙ୍କର ନଜର ପଡୁନି I

ଏନେଇ ଯାତ୍ରୀ ମାନଙ୍କର ଅସନ୍ତୋଷ ଲାଗିରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଦୁର୍ଘଟଣା କୁ ରୋକିବାକୁ ସେହି ଗର୍ତ୍ତନିକଟରେ କିଛି ବାଲି ଏବଂ ମାଟି ବସ୍ତା ରଖିଦେଇଛନ୍ତି I ତେବେ ଦେଖାଯାଉ କେବେ କର୍ତ୍ତୃପକ୍ଷ ଙ୍କର ନଜର ପଡୁଛି NH ର ଏହି ମରଣ ଯନ୍ତା ଉପରେ I
@

Leave a Reply

Your email address will not be published. Required fields are marked *