ଟ୍ରେନ୍ ଡ୍ରାଇଭର କଣ ପାଇଁ ଅଟକାଇ ନଥାଏ ଟ୍ରେନ୍ କୁ

ଆପଣ ମାନେ ତ ପ୍ରାୟ ସମ୍ବାଦ ପତ୍ର ରୁ ଜାଣିବାକୁ ପାଉଥିବେ ଟ୍ରେନ୍ ରେ ଚାପି ହୋଇ ମଣିଷ ବା ପଶୁ ମାନଙ୍କ ମୃତ୍ୟୁ ହେବାର।ତେବେ କେବେ ଭାବିଚନ୍ତି କି କଣ ପାଇଁ ଟ୍ରେନ୍ ଡ୍ରାଇଭର ଅଟକାଇ ନଥାଏ ଟ୍ରେନ୍?

ତେବେ କାହିଁକି ଟ୍ରେନ୍ ଡ୍ରାଇଭର ଯେବେ ଦୂର ରୁ ଦେଖେ କି କିଏ ଟ୍ରେନ୍ ଲାଇନ ରେ ଠିଆ ହୋଇଛି କିମ୍ବା ପଡି ଯାଇଛି ସେବେ ସେ କାହିଁକି ଅନ୍ୟ ଗାଡ଼ି ଗୁଡ଼ିକ ପରି ବ୍ରେକ ମାରେ ନାହିଁ ଯେତେବେଳେ କି ତା ପାଖରେ emergency ବ୍ରେକ ମଧ୍ୟ ଥାଏ।

ତେବେ ଏହା ପଛରେ ଦୁଇଟି କାରଣ ରହିଥାଏ କାହିଁକି ଡ୍ରାଇଭର ବ୍ରେକ ମାରେ ନାହିଁ।

୧- ଆପଣ ତ ଜାଣିଥିବେ ଟ୍ରେନ୍ ଭିତରେ ଅତି କମ୍ ରେ ୨୧ ଟି କୋଚ୍ ରହିଥାଏ ଯାହା ଭିତରେ ଲକ୍ଷ ଲକ୍ଷ ଲୋକ ବସି ଯାତାୟାତ କରିଥାନ୍ତି। ତେବେ ଏହି ପରିସ୍ଥିତି ରେ ଯଦି ଡ୍ରାଇଭର ଜଣକ ବ୍ରେକ ମାରେ ତାହେଲେ ଟ୍ରେନ୍ ଟି ସନ୍ତୁଳନ ହରାଇ ଓଲଟି ପଡିବ ତେଣୁ ଲକ୍ଷ ଲକ୍ଷ ଲୋକ ଙ୍କ ଜୀବନ ମଧ୍ୟ ବିପଦ ରେ ଆସିଯିବ। ଯଦି ଟ୍ରେନ୍ ଟି କମ୍ ବେଗ ରେ ଯାଉଥିବା ତାହେଲେ ଯାଇ ବ୍ରେକ କରି ଟ୍ରେନ୍ କୁ ଅଟକା ଯାଇ ପାରିବ। ଟ୍ରେନ୍ ଗୁଡ଼ିକ ପ୍ରାୟ ଏକ କିଲୋମିଟର ଆଗରୁ ବ୍ରେକ ମାରିବାକୁ ପଡ଼ିଥାଏ।

୨- ଯେବେ କି ଟ୍ରେନ୍ କୁ ୮୫୯ ମିଟର କିମ୍ବା ୧ କିମି ଆଗରୁ ବ୍ରେକ ମାରିବାକୁ ପଡ଼ିଥାଏ କିନ୍ତୁ ଆମ ପୃଥିବୀ ଗୋଲା କାର ହୋଇଥିବାରୁ ଆମେ ଆଗକୁ ମାତ୍ର ୨୦୦ ମିଟର ପର୍ଯ୍ୟନ୍ତ ଦେଖିପାରୁ। ତେଣୁ ଡ୍ରାଇଭର ଜଣକ ଆଗରେ କିଛି ଅଛି କିପରି ଭାବରେ ୧ କିଲୋମଟର ଆଗରୁ ଦେଖି ପାରିବ। ତେଣୁ ସେ ଲକ୍ଷ ଲକ୍ଷ ଲୋକ ଙ୍କ ଜୀବନ ବଞ୍ଚାଇବାକୁ ଗୋଟିଏ ଜୀବନ ନେବାକୁ ପଛାଏ ନାହିଁ।

Leave a Reply

Your email address will not be published. Required fields are marked *