୨୭ ତମ ସ୍ୱାଧୀନତା ଦିବସ ପାଳନକଲେ ମେୟର !!

ସାରାଦେଶରେ ୭୨ତମ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ଭୁବନେଶ୍ୱର ମେୟର ଙ୍କ ଟୁଇଟ୍ କୁ ନେଇ ଚର୍ଚ୍ଚା I ୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମେୟର ମହାଶୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ଟୁଇଟ୍ କରିଥିଲେ I କିନ୍ତୁ ଭୁଲ ବଶତଃ ୭୨ତମ ବଦଳରେ ୨୭ତମ ହେଇଯାଇଥିଲା ତାଙ୍କ ଟୁଇଟ୍ ରେ ଯାହାକି ର ସ୍କ୍ରୀନଶଟ୍ କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରଲ ହେଇଯାଇଥିଲା I

ଏହି ଟୁଇଟ କୁ ନେଇ ବିଭିର୍ନ୍ନ ବର୍ଗରୁ ଅନେକ ସମାଲୋଚନା କରିବା ପରେ ମେୟର ମହାଶୟ ପୁନର୍ବାର ଏହାକୁ ସଂଶୋଧନ କରିବା ସହିତ ଅନିଛାକୃତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିଛନ୍ତି I

Leave a Reply

Your email address will not be published. Required fields are marked *