ସ୍ୱାଧୀନତା ଦିବସ ସହିତ ନାଗପଞ୍ଚମୀ ର ବିରଳ ସଂଯୋଗ ରେ ‘ତ୍ରିରଙ୍ଗା ରୁ ଦର୍ଶନ ଦେଲେ ନାଗରାଜ

ଗତକାଲି ସାରାଦେଶରେ ୭୨ତମ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ସଂଯୋଗବଶତ ସ୍ୱାଧୀନତା ଦିବସ ସହିତ ନାଗପଞ୍ଚମୀ ହେଇଥିଲା I ତେବେ ସୋସିଆଲ ମିଡିଆରେ ଚର୍ଚା ହେଉଥିବା ଏକ ଫଟ ସାମ୍ନା କୁ ଆସିଛି ,ଯେଉଁଥିରେ କି ସ୍ୱୟଂ ନାଗରାଜ ସ୍ୱାଧୀନତା ଦିବସ ପତାକା ଉତ୍ତୋଳନ ବେଳେ ଦର୍ଶନ ଦେଇଛନ୍ତି I ଘଟଣାଟି ଏକ ବିରଳ ସଂଯୋଗ ହେଇଥିବା ସବୁଆଡେ ଚର୍ଚ୍ଚା I ମିଳିଥିବା ସୂଚନା ଅନୁଯାଇ ଘଟଣାଟି ମଧ୍ୟପ୍ରଦେଶ ରାଜ୍ୟର ବୈତୁଲ ଅଂଚଳର ଏକ ବିଦ୍ୟାଳୟ ର Iବିଦ୍ୟାଳୟ ର ଶିକ୍ଷକ ଏବଂ ସହଯୋଗୀ ପତାକା ଉତ୍ତଳନକରୁଥିବା ସମୟରେ ହଠାତ ପତାକା ଉପରେ ଏକ ନାଗ ସାପ ଦେଖାଯାଇଥିଲା Iଏବଂ ପରେ ପାଇପ ଦେଇ ତଳକୁ ଓଲ୍ହାଇଯାଇଥିଲା I

ସ୍ୱାଧୀନତା ଦିବସ ସହିତ ନାଗପଞ୍ଚମୀ ର ମିଳିତ ଶ୍ରମିସଣ ର ଏକ ବିରଳ ଦୃଶ୍ୟ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଦେଖଣାହାରୀ ଦେଖିବାକୁ ପାଇଥିଲେ I ସଙ୍ଗେ ସଙ୍ଗେ ଏହି ବିରଳ ଦୃଶ୍ୟ କୁ ମୋବାଇଲ ରେ କ୍ଲିକ ଉଠେଇନେଇଥିଲେ ସେଠାରେ ଉପସ୍ଥିତ ଜଣେ ଶିକ୍ଷକ ଯାହାକି ସୋସିଆଲ ମିଡିଆରେ ଭାଇରଲ ହେଇଚି I

Leave a Reply

Your email address will not be published. Required fields are marked *