ନବରଙ୍ଗପୁର ରେ ଏମିତି ପୋକ ସାଲୁ ବାଲୁ ପୁଷ୍ଟିକର ଖାଦ୍ୟ ଦିଆଯାଉଛି ମାଧ୍ୟାନଭୋଜନ ରେ ସ୍କୁଲ ପିଲାଙ୍କୁ

ସରକାର ଙ୍କ ତରଫରୁ ମାଧ୍ୟାନ୍ହ ଭୋଜନ ରେ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ଯୋଜନା ରହିଛି ଯାହାଫଳରେ ବିଦ୍ୟାଳୟ କୁ ସମସ୍ତେ ଆକୃଷ୍ଟ ହେଇ ଆସିବେ I କିନ୍ତୁ ଏହା କେବଳ ସହରୀ ଲୋକମାନଙ୍କ ପାଇଁ ବୋଧହୁଏ ଏପରି ଯୋଜନା ଲାଗୁହେଇଛି ,ଯାହା ନବରଙ୍ଗପୁର ର ଏକ ବିଦ୍ୟାଳୟ ର ଖାଦ୍ୟ ପଦାର୍ଥ ର ମାନ ଦେଖିଲେ ଜଣା ପଡୁଛି I ପିଲାଙ୍କୁ ପୋକରା ଚାଉଳ ର ଭାତ ସହିତ ଡାଲି ଦିଆଯିବା କୁ ନେଇ ସ୍ଥାନୀୟ ଯୁବକ ମାନେ ବିଦ୍ୟାଳୟରେ ପହଞ୍ଚି ଖାଦ୍ୟରମାନ ଯାଞ୍ଚ କରିବାକୁ ଯାଇଥିବା ବେଳେ ରଖାଯାଇଥିବା ଚାଉଳ ବସ୍ତା ରେ ପୋକ ଲାଗି ତାହାର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡିଯାଇଛି I

ତେବେ ଏହି ଖରାପ ଚାଉଳ କୁ ନଷ୍ଟ କରାନଯାଇ କାହିଁକି ବିଦ୍ୟାଳୟ ରେ ରଖାଯାଇଛି ,ପିଲାଙ୍କୁ ଦିଆଯାଉଛି ଏବଂ ଏଥିପାଇଁ ଯଦି କୌଣସି ପିଲାର କିଛି ହୁଏ ସେଠିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ କି ବୋଲି ସ୍ଥାନୀୟ ଜନସାଧାରଣରେ ଚାପା ଗୁଞ୍ଜରଣ ସୃଷ୍ଟି ହେଇଚି I

ଏନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି I ଘଟଣାଟି ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବ୍ଲକ ଅନ୍ତର୍ଗତ ୱାର୍ଡ -8 କେନାଲ ସାହି ସ୍କୁଲ ର I

Leave a Reply

Your email address will not be published. Required fields are marked *