ଏଟିଏମ ପାଇଁ ବ୍ୟାଙ୍କ ଆଣିଲା ନୂଆ ନିୟମ ,ରାତି 9 ପରେ ଏଟିଏମ ଗଲେ ହଇରାଣ ହେବେ

ସବୁବେଳେ ଏବଂ ସବୁ ସମୟରେ ଟଙ୍କା ଉଠାଇବା ପାଇଁ ସବୁଠାରୁ ସହଜ ଏଟିଏମ ହେଇଥିବା ବେଳେ ଏବେ ଅପରାଧୀ ଙ୍କ ପ୍ରଥମ ଟାର୍ଗେଟ ହେଉଛି ଏଟିଏମ I ଅତି ଉର୍ଣ୍ଣତ ଜ୍ଞାନ କୌଶଳ ବ୍ୟବହାର କରି ନିମିଷକ ମଧ୍ୟରେ ଏଟିଏମ ଗୁଡ଼ିକରୁ ଲକ୍ଷାଧିକ ଟଙ୍କା ଚୋରି କରିନେଉଛନ୍ତି ଚୋର ମାନେ ସେଥିପାଇଁ ଏହାକୁ ରୋକିବାକୁ ବ୍ୟାଙ୍କ ଏବଂ ସରକାରୀ ବିଭାଗ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଛି ଯେ ଏଟିଏମ ଗୁଡିକରେ ଚୋରି ରୋକିବାକୁ ଏଣିକି ରାତି ସମୟରେ ଟଙ୍କା ଭର୍ତି ବନ୍ଦ ରହିବ I

ଗାଁ ମାନଙ୍କରେ ସନ୍ଧ୍ୟା 6 ଟାଏବଂ ସହର ରେ ରାତି 9ଟା ପରେ ଏଟିଏମ ରୁ ଟଙ୍କା କାଢି ନିଆଯିବ I ତେଣୁ ଯଦି ଆପଣ ଟଙ୍କା ଉଠାଇବାକୁ ଚାଁହାନ୍ତି ତେବେ ଉପରୋକ୍ତ ସମୟ ପୂର୍ବରୁ ଏଟିଏମ ରୁ ଉଠାଇଦିଅନ୍ତୁ ନଚେତ ଆପଣଙ୍କୁ ଏଟିଏମ ରୁ ଖାଲି ହାତରୁ ଫେରିବାକୁ ପଡିବ I ଖୁବ ଶୀଘ୍ର ଏହାକୁ ଦିଲ୍ଲୀରେ ଲାଗୁକରାଯିବା ସହିତ ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ କରାଯିବ I

Leave a Reply

Your email address will not be published. Required fields are marked *