ବାହାଘର ପୂର୍ବରୁ ଏହି ତିନୋଟି କାମ ନିହାତି କରିବାକୁ ଚେଷ୍ଟା କରନ୍ତୁ ନଚେତ ପଛରେ ବହୁତ ପସ୍ତେଇବେ

ମଣିଷ ଜୀବନ ବଡ ଜଟିଳ ,ଜନ୍ମ ପରେ ଚାରୋଟି ଅବସ୍ଥା ଦେଇ କଟିଥାଏ ପୁରୁଷଙ୍କ ଜୀବନ , ଶୈଶବ ,କିଶୋର ,ଯୁବା ଏବଂ ବୃଦ୍ଧ I ଛୋଟ ବେଳେ ସବୁବେଳେ ଅନ୍ୟର ତାଗିଦ ଏବଂ ବାପା ମା ଙ୍କ ଶିକ୍ଷାରେ ଶୈଶବ ଜୀବନ କଟିଥିବା ବେଳେ କିଶୋର ଅବସ୍ଥାରେ ବାପା ମା ଙ୍କ ସ୍ବପ୍ନ ଙ୍କୁ ପୂରଣ କରିବାର ନିଶାରେ ସାରା ସମୟ ଅତିବାହିତ ହେଇଯାଇଥାଏ I

ୟା ମଧ୍ୟରେ କେତେବେଳେ ପାଠ ପଢା ସରି ଚାକିରୀରେ ମଧ୍ୟ ନିୟୋଜିତ ସରିଥାଏ I ହେଇପାରେ ନିଜ ଇଛାର ସ୍ୱପ୍ନର ଚାକିରୀ କିମ୍ବା ପରିବାର ନିଷ୍ପତି କ୍ରମେ I ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ମାନେ ବିବାହ ରେ ଯୁବା ଅବସ୍ଥା ରେ ସାଧାରଣତଃ ବାନ୍ଧି ହେଇଯାଇଥାନ୍ତି ଅନେକ ଯୁବକ I ସେ ନିଜ ଇଛାରେ ହେଉ କିମ୍ବା ପରିବାର ର ଆବଶ୍ୟକତା ପାଇଁ Iତା ପରେ କେତେବେଳେ ସେ ନିଜେ ବାପା ହେଇଯାଏ ,ବାପରୁ ବୁଢାବାପା ଏବଂ ଶେଷରେ ଜୀବନର ଅନ୍ତିମ ପର୍ଯ୍ୟାୟ ମାନେ ମୃତ୍ୟୁ I ନିଜ ପାଇଁ ସମୟ ନଥାଏ I କିନ୍ତୁ ବେଳେବେଳେ ଏମିତି ହୁଏ କି ବେଳେବେଳେ ଅନେକ ଯୁବକ ଯୁବାବସ୍ଥା ରେ ଅନେକ ସ୍ବପ୍ନ ଦେଖିଥାନ୍ତି ,ନିଜ କ୍ୟାରିଅର ରେ କିଛି ନୂଆ କରିବାକୁ ଚାହିଁଥାନ୍ତି କିନ୍ତୁ ବିବାହ ପରେ ପରିସ୍ଥିତି ର ବାଧ୍ୟବାଧକତା ରେ ନିଜର ସ୍ୱପ୍ନକୁ ଦବାଇ ଦେଇଥାନ୍ତି Iକିନ୍ତୁ ଯଦି ଆପଣ ଙ୍କ ମନରେ ଏମିତି କିଛି ସ୍ବପ୍ନ ଅଛି ତେବେ ନିହାତି ଭାବରେ ବିବାହ ପୂର୍ବରୁ ଥରଟେ ଚେଷ୍ଟା କରନ୍ତୁ ,କିଏ ଜାଣିଲା ହୁଏତ ଆପଣଙ୍କ ସ୍ବପ୍ନ ସତ ହେଇପାରେ ,ଏମିତି ବି ହେଇପାରେ କି ଏହି କଥାକୁ ନେଇ ସାରା ଜୀବନ ଗ୍ଲାନି ରେ ବିତେଇବାକୁ ପଡିଥାଏ ଯେ କାହିଁକି ଥରଟେ ଚେଷ୍ଟା କରିନଥିଲେ ବୋଲି I 2)ସାଧାରଣତଃ ବିବାହ ପରେ ମଣିଷ ଜଂଜାଳ ରେ ବାନ୍ଧିହେଇଯାଇଥାଏ ,ଅଫିସ କାମ ସହିତ ଘର କାମରେ ଅସ୍ତବ୍ୟସ୍ତ ହେଇପଡ଼େ,,କୁଆଡେ ବୁଲିବାକୁ ଯିବାକୁ ସମୟ ନଥାଏ ତେଣୁ ବିବାହ ପୂର୍ବରୁ ନିଜ ପସନ୍ଦର ଜାଗାକୁ ସାଙ୍ଗ ମାନଙ୍କ ସହିତ ଥରଟେ ନିହାତି ଭାବରେ ବୁଲିବାକୁ ଯାଆନ୍ତୁ I 3) ଯଦି କାହାକୁ ଭଲ ପାଉଥାନ୍ତି ତେବେ ହୃଦୟ ଖୋଲି ନିହାତି ଭାବରେ ତାଙ୍କ ସାମ୍ନାରେ ଥରେ ପ୍ରକାଶ କରନ୍ତୁ ,ସେ ରାଜି ହୁଅନ୍ତୁ କିମ୍ବା ନହୁଅନ୍ତୁ ଏଥିପାଇଁ ସାରା ଜୀବନ ଆପଣଙ୍କୁ ଅବଶୋଷ ନେବାକୁ ପଡ଼ିବନି I

Leave a Reply

Your email address will not be published. Required fields are marked *