ଚାହା ପିଇଲା ରେ କରନ୍ତୁ ନାହିଁ ଏହି ସବୁ ଭୁଲ୍।

ଯେଉଁମାନେ ସକାଳେ ହେଉ ବା ସନ୍ଧ୍ୟାରେ ହେଉ ଚାହା ଆସନ୍ତୁ ଜାଣିବା ଚାହା ପିଇବା ସମୟରେ କଣ କରିବା ନାହିଁ।ଚାହା ଏକ ଏମିତି ପାନୀୟ ପଦାର୍ଥ କି ଯାହା ପୁରା ଦୁନିଆରେ ପାଖାପାଖି ସବୁ ଦେଶର ଲୋକ ପିଇଥାନ୍ତି।ଚାହା ଆମ ଦିନ ଚର୍ଯାରେ ଏହି ପ୍ରକାର ସାମିଲ ହୋଇଯାଇଛି କି ତାକୁ ଅଲଗା କରିବା ପାଇଁ ଆମ ପାଇଁ ମୁସ୍କିଲ ଅଟେ।

ଆମେ ବିଛଣାରୁ ଉଠିବା ପରେ ହିଁ ଚାହା ପିଇଥାଉ।ଲୋକେ ଚାହା ପିଇବା ପରେ ଗାଧାନ୍ତି।ଏହି ସମସ୍ତ ଘଟଣାରୁ ଜଣା ପଡୁଛି ଯେ ଚାହା ଏକ ଅଭ୍ୟାସ ପାଲଟି ଯାଇଛି ।ଯାହାକୁ ଛାଡ଼ିବା ସହଜ ନୁହେଁ।କିଛି ଲୋକ ଚାହା କୁ ଏନର୍ଜି ଡ୍ରିଙ୍କ ଭାବରେ ବ୍ୟବହାର କରିଥାନ୍ତି।

ତେବେ ଆସନ୍ତୁ ଜାଣିବା ଚାହା କୁ କଣ କରିବା ଦ୍ବାରା ଏହା ବିଷ ହୋଇଯାଏ।
ଚାହାକୁ ବାରମ୍ବାର ଫୁଟାଇବା ଦ୍ବାରା ସେଥିରେ କ୍ଷତିକାରକ ତତ୍ତ୍ଵ ବନିଯାୟେ।ସେଥିପାଇଁ ଚାହା କୁ କେବେ ଆବଶ୍ୟକତା ଠାରୁ ବେଶୀ ଗରମ୍ କରନ୍ତୁ ନାହିଁ।କିମ୍ବା ବାରମ୍ବାର ଫୁଟାନ୍ତୁ ନାହିଁ।

ଆପଣ ଜାଣିଛନ୍ତି କି ରେଳୱେ ଷ୍ଟେସନ କିମ୍ବା ଫୁଟ୍ ପାଥ ରେ ପଡ଼ିଥିବା ଚା ବହୁତ୍ ଅଧିକ ଫୁଟା ଯାଏ।ଏମିତି ଚାହା କୁ ବାରମ୍ବାର ଫୁଟାଇବା ଦ୍ବାରା କ୍ଷତିକାରକ ତତ୍ତ୍ଵ ଉତ୍ପନ ହୋଇଥାଏ।
ଅଧିକାଂଶ ଲୋକଙ୍କୁ ଖାଲି ପେଟରେ ଚାହା ପିଇବାର ଅଭ୍ୟାସ ଥାଏ।ସେମାନେ ସକାଳୁ ଉଠୁ ଉଠୁ ଚାହା ପିଅନ୍ତି।କିନ୍ତୁ ଏହି ଅଭ୍ୟାସ ଶରୀରକୁ ବହୁତ୍ କ୍ଷତି ପହଞ୍ଚାଏ।ଆପଣ ଦିନ ସାରା ଯେତେ ବି ପୃଷ୍ଟିସାର ଯୁକ୍ତ ଖାଦ୍ୟ ଖାଆନ୍ତୁ ନା କାହିଁକି ଆପଣଙ୍କୁ ଫାଇଦା ମିଳିବ ନାହିଁ।ତେବେ ବ୍ଲାକ ଟି କୁ ସ୍ଵାସ୍ଥ୍ୟ ପକ୍ଷେ ହିତକର ବୋଲି ମନା ଯାଏ।

ଯେ ପର୍ଯ୍ୟନ୍ତ ସେଥିରେ କ୍ଷୀର ନ ମିଶା ଯାଏ।ଚାହା ରେ କ୍ଷୀର ମିଶାଇବା ଦ୍ବାରା ଚାହା ପତିରେ ଥିବା ଆଣ୍ଟି ଅକ୍ସ୍ଡ଼ାନ୍ଟ ନଷ୍ଟ ହୋଇଯାଏ ବା ତାର ପ୍ରଭାବ କମିଯାଏ।ତେବେ ସର୍ବଶେଷରେ ଖାଲି ପେଟରେ ଚାହା ପିଇବା ଦ୍ବାରା ଗ୍ୟାସ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ଏହା ବ୍ୟତୀତ ଅଧିକ ଚାହା ପିଇବା ଦ୍ବାରା ଏସିଡିଟି ମଧ୍ୟ ହୋଇଥାଏ।ତେଣୁ ଆପଣମାନେ ଯଦି ସର୍ବଦା ଚାହା ପିଉଛନ୍ତି ତେବେ ଚାହା ପିଇବା ପୂର୍ବରୁ ପାଣି ପିଅନ୍ତି।

Leave a Reply

Your email address will not be published. Required fields are marked *