ପାଟି ରୁ ଲାଳ ଗଡ଼ୁଛି କି? ସମାଧାନ ଜାଣନ୍ତୁ

ବହୁତ୍ ଲୋକ ମାନଙ୍କର ସୋଇଥିବା ସମୟରେ ବା କଥା ହେବା ସମୟରେ ପାଟି ରୁ ଲାଳ ଗଡ଼ିବାର ସମସ୍ୟା ଥାଏ।

ମୁଁହ ରେ ଲାଳ ହେବା ଭଲ ଏହା ଦ୍ବାରା ମୁଁହ ରେ ପାଚନ ର ପ୍ରଥମ ପ୍ରକ୍ରିୟା ଆରମ୍ଭ ହୋଇଥାଏ କିନ୍ତୁ କିଛି ଲୋକଙ୍କୁ ଏହା ଅଧିକ ପରିମାଣ ରେ ହୋଇଥାଏ ଯାହା ଫଳରେ କି ଲାଳ ବାହାରକୁ ବାହାରିଥାଏ ଯାହାକି ଅନ୍ୟ ମାନେ ହୁଏତ ଘୃଣା କରିପାରନ୍ତି। ଏବଂ ଏହା ସହ ସହ ମୁଁହ ରେ ସଂକ୍ରମଣ ହେବାର ମଧ୍ୟ ସମ୍ଭାବନା ଥାଏ।

ତେବେ ଆଜି ଆମେ ଏମିତି କିଛି ଉପାୟ ବିଷୟରେ ଜାଣିବ ଯାହା ଦ୍ଵାରା କି ଆପଣ ଏହି ଲାଳ ଗଡ଼ିବା ସମସ୍ୟା ରୁ ମୁକ୍ତି ପାଇପାରିବେ।

୧- କିଛି ଲୋକ ଶୋଇବା ସମୟରେ ପାଟି ରେ ନିଃଶ୍ୱାସ ନେଇଥାନ୍ତି ଯାହା ପାଇଁ କି ଲାଳ ସମସ୍ୟା ଦେଖାଦେଇଥାଏ।

ଏଥିରୁ ବଞ୍ଚିବା ପାଇଁ ଆପଣ ପାଣି ରେ ଫିତିକିରି ମିଶାଇ କୁଳୁକୁଳୁ ବି କରିପାରିବେ।

୨- ବହୁତ୍ ଲୋକଙ୍କର କଥା କହିବା ସମୟରେ ଲାଳ ଗଡିବାର ମଧ୍ୟ ସମସ୍ୟା ଥାଏ ଏହାର ସମାଧାନ ପାଇଁ ଧ୍ୟାନ ରଖନ୍ତୁ ଯେ ଆପଣ ବାସି ଖାଦ୍ୟ ର ଆଦୌ ବି ସେବନ କରନ୍ତୁ ନାହିଁ।

୩- ଦୁଇ ରୁ ତିନୋଟି ତୁଳସୀ ପତ୍ର ଚୋବାଇ ପାଣି ପିିଆନ୍ତୁ। ଦିନକୁ ୨-୩ ଥର ଏପରି କରନ୍ତୁ।

୪- ଡାଲଚିନି କୁ ପାଣି ରେ ସିଝାଇ ଏଥିରେ ମହୁ ମିଶାଇ ଚାହା ପରି ସେବନ କରନ୍ତୁ।

୫- ଖାଇବାର ତୁରନ୍ତ ପରେ ଏକ ଚାମଚ୍ ଆମ୍ଲା ପାଉଡର ଖାଇବା ଦ୍ବାରା ଲାଳ ସମସ୍ୟା ରୁ ମୁକ୍ତି ମିଳିଥାଏ।

Leave a Reply

Your email address will not be published. Required fields are marked *