ନିଜ ଜିଲ୍ଲାରେ ଝିଅକୁ ଆଇପିଏସ୍‌ ଭାବରେ ଦେଖିବା ପରେ ସାଲ୍ୟୁଟ ମାରିଲେ ଡିଏସ୍ପି ବାପା

ଗୋଟେ ବାପାର ସବୁଠୁ ବଡ ସ୍ବପ୍ନ ଥାଏ ତା ପୁଅ ବା ଝିଅ ତା ଠାରୁ ବଡ ଚାକିରୀ କରୁ I ସମାଜରେ ସେ ନିଜ ସନ୍ତାନ ର ପିତା ବୋଲି ଅନ୍ୟକୁ ପରିଚୟ ଦେବାକୁ ଗର୍ବ ଅନୁଭବ କରିଥାଏ I ଆଉ ସନ୍ତାନ ମଧ୍ୟ ସବୁବେଳେ ନିଜ ପିତା ମାତା ଙ୍କ ସ୍ବପ୍ନ କୁ ପୁରଣ କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି I କିନ୍ତୁ ଯେତେବେଳେ ନିଜ ସନ୍ତାନ ବାପାର ସ୍ବପ୍ନ ପୂରଣ କରିଥାଏ ସେତେବେଳେ ସବୁଠୁ ଅଧିକ ଖୁଶି ହେଇଥାଏ ବାପା ଏବଂ ମା I ଏମିତି ଏକଘଟଣା ଦେଖିବାକୁ ମିଳିଛି (ତେଲେଙ୍ଗାନା ରେ I ପ୍ରାପ୍ତ ଖବର ଅନୁଯାଇ କାଙ୍ଗରା କୈଲାଠାରେ ପୋଲିସ ବିଭାଗ ତରଫରୁ ଏକ ସଭା ରେ ଆଇପିଏସ୍‌ ସିନ୍ଧୁ ଶର୍ମା ଯୋଗ ଦେବାବେଳେ ସେଠାରେ ଉପସ୍ଥିତ ଥିବା ଡିଏସ୍ପି ଉମା ମହେଶ୍ୱର ଶର୍ମା ସିନ୍ଧୁ ଙ୍କୁ ସାଲ୍ୟୁଟ କରିଥିଲେ I

ତେବେ ଘଟଣା ଟି ଅନ୍ୟମାନଙ୍କୁ ଚକିତ କରିଦେଇଥିଲା କାହିଁକିନା ଆଇପିଏସ୍‌ ସିନ୍ଧୁ ଶର୍ମା ଙ୍କ ବାପା ହେଉଛନ୍ତି ଡିଏସ୍ପି ଉମା ମହେଶ୍ୱର ଶର୍ମା I ନିଜ ଝିଅକୁ ଆଇପିଏସ୍‌ ବେଶରେ ଦେଖି ଖୁଶି କୁ ସମ୍ଭାଳି ପାରିନଥିଲେ ,ଗର୍ବର ସହିତ ନିଜ ଝିଅକୁ ସମସ୍ତଙ୍କ ସାମ୍ନାରେ ସାଲ୍ୟୁଟ ମାରିଥିଲେ ଡିସିପି ଶର୍ମା I ଏବଂ ଗଣମାଧ୍ୟମ ଙ୍କ ପ୍ରତିକ୍ରିୟାରେ କହିଥିଲେ କି ପ୍ରଥମେ ସେ ରାଜ୍ୟର ଆଇପିଏସ୍‌ ପରେ ମୋ ଝିଅ I

ମୁଁ ଏବେ ଡିଉଟି ରେ ଅଛି ତେଣୁ ସେ ମୋ ସିନିଅର ଅଫିସର I ଅଫିସର ଙ୍କୁ ମୁଁ ସନମାନ ଦେଇଛି Iକର୍ତବ୍ୟ ରେ ବାପା ଝିଅ ସମ୍ପର୍କ ଦେଖାଯାଏନି I ଘରେ ସେ ମୋ ଝିଅ ଡିଉଟି ରେ ନୁହେଁ I ଅନ୍ୟପକ୍ଷରେ ସିଧୁ ମଧ୍ୟ କହିଛନ୍ତି କି ମୋ ବାପାଙ୍କ ସ୍ବପ୍ନ କୁ ମୁଁ ପୂରଣ କରିପାରିଛି ସେତିକି ମୋ ପାଇଁ ଗର୍ବର କଥା I

Leave a Reply

Your email address will not be published. Required fields are marked *