୫୦ହଜାର ଲାଞ୍ଚନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ I ଗିରଫ ହେଲେ ଜଟଣୀ ଆଇଆଇସି

ଜନସାଧାରଣ ଙ୍କ ସୁରକ୍ଷା ଦେବା ପୋଲିସ ର ପ୍ରଥମ କାର୍ଯ୍ୟ I କିନ୍ତୁ ଅନେକ ସ୍ଥାନରେ ଦେଖାଯାଉଛି କି ପୋଲିସ ଅଧିକାରୀ ମାନେ ନିରୀହ ଜନତାଙ୍କୁ ନିଜ କ୍ଷମତା ର ଦୁରପଯୋଗ କରି ହଇରାଣ କରିଥାନ୍ତି ଯେମିତିକି ନୟାପଲ୍ଲୀ ଏବଂ ନିମାପଡା ରେ ନିରୀହ ଜନସାଧାରଣ ଙ୍କୁ ଅତି ବର୍ବରଚିତ ଭାବେ ପୋଲିସ ବାଡ଼େଇଥିଲା I ଅନେକ ସ୍ଥାନରେ ମଧ୍ୟ ପୋଲିସ ବିରୁଦ୍ଧରେ ଅଭିଯୋଗ ଆସେ ଯେ ଘଟଣା କୁ ରଫା ଦଫା ପାଇଁ ପୋଲିସ ଲାଞ୍ଚ ମାଗିଥାଏ I ସେମିତି ଏକ ଘଟଣା ରେ ଗତକାଲି ବିଳମ୍ବିତ ରାତ୍ରିରେ ଜଟଣୀ ଥାନା ଆଇଆଇସି ସଞ୍ଜୀବ ମହାନ୍ତି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେଇଛନ୍ତି I

ପ୍ରାପ୍ତ ସୂଚନା ଅନୁଯାଇ ଜଟଣୀ ଥାନା ନିକଟସ୍ଥ କୁଦିଆରୀ ଗ୍ରାମର ଜଣେ ଯୁବକଙ୍କ ର ବହୁଦିନ ଧରି ଜମିଜମା ମାମଲା ଲାଗିରହିଥିଲା Iଏନେଇ ଯୁବକ ଜଣଙ୍କ ଥାନାରେ ପୂର୍ବରୁ ଅଭିଯୋଗ କରିଥିଲେ I ଏଥିରେ ଶ୍ରୀଯୁକ୍ତ ମହାନ୍ତି ଘଟଣା ରଫାଦଫା କରିଦେବାକୁ ଯୁବକ ଙ୍କୁ 50000 ମାଗିଥିଲେ I ଯୁବକ ଜଣଙ୍କ ହଁ ମାରିଥିଲେ ଏବଂ IIC ଙ୍କ ଅସଲ ମୁଖା ସମସ୍ତଙ୍କ ସାମ୍ନା ରେ ଖୋଲିବାକୁ ଯୁବକ ଜଣଙ୍କ ଭିଜିଲାନ୍ସ ରେ ଜଣାଇଥିଲେ I

ଗତକାଲି ରାତ୍ରିରେ ଅଫିସ ରେ IIC ଟଙ୍କା ନେବାବେଳେ ଭିଜିଲାନ୍ସ ଦ୍ୱାରା ଘଟଣା ସ୍ଥଳରେ ଗିରଫ ହେଇଥିଲେ I ତାଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ଜବତ ସହିତ ଆଇଆଇସି ସଞ୍ଜୀବ ମହାନ୍ତି ଙ୍କ ଚାମ୍ବର ଏବଂ ବାସଭବନ ରୁ ପାଖାପାଖି ନଗଦ ୫ ଲକ୍ଷ ଟଙ୍କାମଧ୍ୟ ଜବତ କରାଯାଇଛି I ଏହାସହିତ ଚଢ଼ାଉ ଜାରିରହିଛି I ଆଜି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯିବ ବୋଲି ସୂଚନା ମିଳିଛି I

Leave a Reply

Your email address will not be published. Required fields are marked *