ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ I ତଥାପି ଲୋକମାନେ ଆଲକହଲ ନେଇଥାନ୍ତି I କୁହାଯାଏ କିଏ ସଉକ ପାଇଁ ତ ଆଉ କିଏ ନିଜର ଦୁଃଖ ଭୁଲିବାକୁ ମଦ୍ୟପାନ କରିଥାନ୍ତି I ତେବେ ବିଅର ବା ମଦ ଏପରି ଏକ ପାନୀୟ ଯାହାକୁ କି ଲୋକମାନେ ନିର୍ଧାରିତ ଦର ଠାରୁ ଅଧିକ ଦାମ ଦେଇ ଲମ୍ବା ଧାଡିରେ ଠିଆ ହେଇ କିଣିଥାନ୍ତି Iକିନ୍ତୁ ନିୟମ ମୁତାବକ ରାତି 10 ପରେ ବିଅର କାଉଣ୍ଟର ବନ୍ଦ ହେଇଯାଇଥଏ ,ଯାହାଦ୍ୱାରା ବିଅର ପିଇବାକୁ ଇଛା କରିଥିବା ଲୋକମାନେ ଭାରି ଦୁଃଖିତ ହେଇଥାନ୍ତି I ତେବେ ମଦ୍ୟ ପାନ କରୁଥିବା ଲୋକଙ୍କ ପାଇଁ ଏକ ଖୁଶି ଖବର I ଖୁବ ଅଳ୍ପ ଦିନ ଭିତରେ ଟଙ୍କା ଏଟିଏମ୍ ପରି ବିଅର ଏବଂ ମଦ ମଧ୍ୟ ଏଟିଏମ୍ ରୁ ପାଇପାରିବେ I