ପୁଣି ସମବାୟ ବ୍ୟାଙ୍କ ର ୭୦୦କୋଟି ଦୁର୍ନୀତି ର ଗୁମର ଖୋଲିଲେ ବିଜେଡି ତୁଣ୍ଡ ଦାମ

ଦାମ ଙ୍କ ବାଣରେ ବିଜେଡି ଘାଇଲା ସବୁ ଦୁର୍ନୀତି ର ଗୁମର ଖୋଲୁଛନ୍ତି ଦାମ I ଗତ କିଛିଦିନ ଧରି ଚାରା ଦୁର୍ନୀତି ଏବଂ ଓମଫେଡ ଦୁର୍ନୀତି ଗୁମର ଖୋଲିବା ପରେ ଏବେ ପୁଣି ଥରେ ଡାକ୍ତର ଦାମୋଦର ସମବାୟ ବ୍ୟାଙ୍କରେ ୭୦୦କୋଟିର ଋଣ ଦୁର୍ନୀତି ଘୋଟଲା କୁ ଖୋଲିଛନ୍ତି Iସିଧାସଳଖ ଦାମ କହିଛନ୍ତି ଯେ ସମବାୟ ବିଭାଗରେ ସେ ଯେତେବେଳେ ମନ୍ତ୍ରୀ ଥିଲେ ତାଙ୍କ ନଜରକୁ ଆସିଥିଲା କି ପାଖାପାଖି 700 କୋଟି ଦୁର୍ନୀତି ହେଇଥିଲା ପୂର୍ବରୁ ଯାହାର ସେ ନିଜେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତାଙ୍କୁ ମନ୍ତ୍ରୀପଦ ରୁ ଅପସାରଣ କରିଦିଆଗଲା i କିନ୍ତୁ ସେ ଯେଉଁ ନିର୍ଦେଶ ଦେଇଥିଲେ ଦୁର୍ନୀତି ର ତଦନ୍ତ ପାଇଁ ତାହାକୁ ଚପାଇଦିଆଗଲା I

ସେ ତଦନ୍ତ ରିପୋର୍ଟ ସମସ୍ତଙ୍କ ସାମ୍ନାରେ କାହିଁକି ରଖାଯାଉନି ବୋଲି ଦାମ ପଚାରିବା ସହିତ ସେତେବେଳର ରାଜ୍ୟ ସମବାୟ ବ୍ୟାଙ୍କର ଏମ୍ଡି ତୁଷାର ପଣ୍ଡା ସମ୍ପୃପ୍ତ 700 କୋଟି ଦୁର୍ନୀତିରେ ସିଧାସଳଖ ଲିପ୍ତ ଥିଲେ ବୋଲି କହିଛନ୍ତି

I ଏହାସହିତ ଦାମ କହିଛନ୍ତି କି ସେ ଯେହେତୁ ଦୁର୍ନୀତି ର ତଦନ୍ତ ଦେଇଥିଲେ ସମ୍ପୃକ୍ତ ବିଭାଗୀୟ ଙ୍କୁ ନିର୍ଦୋଷ ରେ ଖସାଇବାକୁ ବୋଧହୁଏ ଦାମକୁ ମନ୍ତ୍ରୀପଦ ରୁ ବହିଷ୍କାର କରାଯାଇଛି I

Leave a Reply

Your email address will not be published. Required fields are marked *