ବାବୁଶାନ ଙ୍କ ଫିଲ୍ମ ସିଷ୍ଟର ଶ୍ରୀଦେବୀ ପରେ ଏବେ ଆସୁଛି ଧାରାବାହିକ ..

ସିଷ୍ଟର ଶ୍ରୀଦେବୀ ହାଏ ରେ ଶ୍ରୀଦେବୀ I ଏହି ଗୀତଟି ପ୍ରାୟ ସବୁ ଯୁବ ବର୍ଗ ଙ୍କୁ ଛୁଇଁପାରିଥିଲା I ଏହା ଥିଲା ସିଷ୍ଟର ଶ୍ରୀଦେବୀ ନାମରେ ତରଙ୍ଗ ଦ୍ୱାରା ପ୍ରଯୋଜିତ ଏକ ସୁପର ଡୁପର କମେଡି ଚଳଚିତ୍ର I ଯେଉଁଥିରେ କି ବାବୁଶାନ ଥିଲେ ମୁଖ୍ୟ ଭୂମିକାରେ Iତେବେ ଚଳଚିତ୍ର ର ସଫଳତା କୁ ନେଇ ପୁଣି ଥରେ ଏକ ପ୍ରଯୋଜନା ସଂସ୍ଥା ସିଷ୍ଟର ଶ୍ରୀଦେବୀ ନାମରେ ଏକ ଧାରାବାହିକ ଆଣୁଛନ୍ତି I ଯାହାକି ତରଙ୍ଗ ଚାନେଲ ରେ ପ୍ରସାରିତ ହେବ I ଚଳଚିତ୍ର ପରି ଏହା ମଧ୍ୟ ଲୋକଙ୍କ ଭଲପାଇବା ସାଉଣ୍ଟିପାରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପ୍ରକଟ କରିଛନ୍ତି I ତେବେ ଏହାର ସମୟ ନିର୍ଧାରଣ ହେଇନଥିଲେ ମଧ୍ୟ ଖୁବ ଶୀଘ୍ର ଏହା ତରଙ୍ଗ ରେ ପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି I

ମୁଖ୍ୟ ଭୂମିକା ନର୍ସ ଅବତାରରେ ଲୋକପ୍ରିୟ ଅଭିନେତ୍ରୀ ମଧୁସ୍ମିତା ପ୍ରଧାନ ଅଭିନୟ କରୁଛନ୍ତି I ତେବେ ମଧୁସ୍ମିତା ପୂର୍ବରୁ ଅନେକ ଧାରାବାହିକ ରେ ଅଭିନୟ କରି ସମସ୍ତଙ୍କ ପାଖରେ ନିଜର ଅଭିନୟର ଯାଦୁ ପହଞ୍ଚାଇପାରିଥିବା ବେଳେ ସାର୍ଥକ ଚାନେଲ ରେ ପ୍ରସାରିତ ବଧୂ

ତାଙ୍କର ଏକ ମାଇଲ ଖୁଣ୍ଟ ଥିଲା I ପୂର୍ବ ଧାରାବାହିକ ପରି ମଧୁସ୍ମିତା ମଧ୍ୟ ଏଥର ସଫଳତା ସାଉଁଟି ଦର୍ଶକ ମାନଙ୍କର ପ୍ରିୟ ହେଇପାରିବେ ବୋଲି ତାଙ୍କ ଫ୍ୟାନ ମାନଙ୍କ ଭିତରେ ଚର୍ଚ୍ଚା ଚାଲିଛି I

Leave a Reply

Your email address will not be published. Required fields are marked *