ଚାଣକ୍ୟ ଙ୍କ ମତ ଅନୁସାରେ ଶୁଖି ଜୀବନ କଣ?

ଆଜି ଆମେ ଜାଣିବା ଚାଣକ୍ୟଙ୍କ ମତରେ ଶୁଖି ଜୀବନ କଣ?

ଚାଣକ୍ୟଙ୍କ କହିବା ଅନୁସାରେ ମନରେ କପଟ ବା ଦୁଷ୍ଟ ଭାବନା ରଖୁଥିବା ଲୋକ ସହ ମିଶନ୍ତୁ ନାହିଁ।ସମସ୍ତଙ୍କ ସହ ମନ ଖୋଲା କଥା ହୁଅନ୍ତୁ।ଦେଖିବେ ଆପଣଙ୍କ ଜୀବନ ସୁଖ ମୟ ହେବ।ଏହାଛଡା ଚାଣକ୍ୟ ମଧ୍ୟ କହିଛନ୍ତି ସବୁଦିନ ସମାନ ଯାଏ ନାହିଁ।

ଯଦି ଆପଣଙ୍କ ଜୀବନରେ ଆର୍ଥିକ ଅସ୍ଵଚ୍ଛଳତା ରହିଛି ତେବେ ଅନ୍ୟକୁ କୁହନ୍ତୁ ନାହିଁ।କାରଣ ଏହା ପରବର୍ତ୍ତୀ ମୁହୂର୍ତ୍ତରେ ଦୁଃଖର କାରଣ ହୋଇଥାଏ।ଏମିତି କହିବାର କାରଣ ମଧ୍ୟ ରହିଛି।ଲୋକ ଆପଣଙ୍କର ସହାୟତା ନ କରି ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କର ମଜାକ୍ କରିବେ।ଏହା ଛଡ଼ା ଅନ୍ୟକୁ ସମସ୍ୟା,ଅପମାନ,ସଫଳତା ଓ ନିଜ ରୋଜଗାର କହିବା ବୋକାମିର ପରିଚୟ ଅଟେ।ସ୍ୱଳ୍ପ ଜିନିଷରେ ସନ୍ତୁଷ୍ଟ ହେବା ସହ ଅଧିକ ପରିଶ୍ରମ କରନ୍ତୁ।ଆପେ ଆପେ ସୁଖ ଫେରି ଆସିବ।ଚାଣକ୍ୟ ଙ୍କ ଏହି କଥା ଯଦି ଆପଣ ମାନି ଚଳିବେ ତେବେ ଆପଣଙ୍କ ଜୀବନ ସୁଖମୟ ହେବ।

Leave a Reply

Your email address will not be published. Required fields are marked *