ସୂର୍ଯ୍ୟଙ୍କୁ ଆହ୍ୱାନ କଲେ ଦାମ ଙ୍କ ଜ୍ୱାଇଁ ,ଅଭିଯୋଗ ପ୍ରମାଣିତ କଲେ ନିଜ ଘର ଦାନ କରିଦେବେ

ଦୁର୍ନୀତି ବିରୁଧରେ ସ୍ୱର ଉତୋଳନ କରି ବିଜେଡି ରୁ ବହିଷ୍କାର ହେଇଥିବା ବରିଷ୍ଠ ନେତା ଦାମ ରାଉତ ଙ୍କ ପାଟି ଚୁପ କରିବାକୁ ତାଙ୍କୁ ଟାର୍ଗେଟ କରି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଦାମ ଙ୍କ ବିରୁଦ୍ଧରେ ମତାମତ ରଖିଥିଲେ I ୟା ମଧ୍ୟରେ ସୂର୍ଯ୍ୟପାତ୍ର ଗଣମାଧ୍ୟମ କୁ ବିବୃତି ଦେଇ କହିଥିଲେ କି ଦାମ ଦୁର୍ନୀତିରେ ଉବୁଟୁବୁ ,ନିଜ ଜ୍ୱାଇଁ ଙ୍କ ଘରେ ରାଉରକେଲାରୁ ପାରାଦ୍ୱୀପକୁ ଶିଳ୍ପ ଅଫିସ କୁ ସ୍ଥାନାନ୍ତର କରିଥିଲେ ଏବଂ ଏ ବାବଦରେ ମୋଟାଅଙ୍କର ଅର୍ଥ ଲୁଟ କରିଥିଲେ I ଦାମ ରାଉତ ମଧ୍ୟ ଏହାକୁ ଖଣ୍ଦନ କରି ସୂର୍ଯ୍ୟ ପାତ୍ର କରୁଥିବା ଅଭିଯୋଗ ର ପ୍ରମାଣ ଦେବା ପାଇଁ କହିଥିଲେ I କିନ୍ତୁ ଏହାକୁ ଟପି ଯାଇଛନ୍ତି ତାଙ୍କ ଜ୍ୱାଇଁ ଦିଲୀପ ଭୂୟାଁ I ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି କି

ସେ ଜଣେ ଉଞ୍ଚଶିକ୍ଷିତ ଏବଂ ବର୍ତମାନ ସେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି I ସେ ରାଜନୀତି ରେ ନାହାନ୍ତି କିନ୍ତୁ ସୂର୍ଯ୍ୟ ପାତ୍ର ଜଣେ ସନମାନୀୟ ରାଜନୀତିଜ୍ଞ ବ୍ୟକ୍ତି ଭଲ ହୁଅନ୍ତା ଯଦି ସାଧାରଣ ଲୋକଙ୍କ ବିରୁଧରେ ଭିତିହୀନ ଅଭିଯୋଗ ନକରି ନିଜ ରାଜନୀତି ପ୍ରଫେସନ ରେ ଧ୍ୟାନ ଦିଅନ୍ତେ I

ସୂର୍ଯ୍ୟପାତ୍ର ଅଭିଯୋଗ କରିଥିବା ଘଟଣା କୁ ନେଇ ଖୋଲାଖୋଲି ଆହ୍ୱାନ ଦେଇଛନ୍ତି ଦାମ ଙ୍କ ଜ୍ୱାଇଁ ତାଙ୍କ କହିବାନୁଯାୟୀ ତାଙ୍କ ନାମ ,ତାଙ୍କର ଦୁଇଟି ପିଲା ଏବଂ ସ୍ତ୍ରୀ ସହିତ ବାପା ମା ଙ୍କ ନାମରେ ଯଦି ପାରାଦୀପ ରେ କୌଣସି ବି ଘର ଥିବାର ପ୍ରମାଣ ସୂର୍ଯ୍ୟପାତ୍ର ଦେଇପାରିବେ ତେବେ ସେହି ଘରକୁ ସେ ଦାନ ଭାବରେ ସୂର୍ଯ୍ୟଙ୍କୁ ଦେଇଦେବେ I ଦିଲୀପ ଙ୍କ ଏପରି ଆହ୍ୱାନ ପରେ ଅଭିଯୋଗ ଆଣିଥିବା ସୂର୍ଯ୍ୟ ପାତ୍ର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି I

Leave a Reply

Your email address will not be published. Required fields are marked *