ଝାଡ଼ଖଣ୍ଡ ସରକାର ଙ୍କ ଚେତାବନୀ :-ସାଧାରଣତଃ ଡାକ୍ତର ମାନେ ହେଉଛନ୍ତି ଦ୍ୱିତୀୟ ଭଗବାନ I ରୋଗୀଙ୍କୁ ମରଣ ମୁଁହରୁ ଫେରେଇ ଆଣିଥାନ୍ତି I କିନ୍ତୁ ଡାକ୍ତର ଙ୍କ ପାଖରେ ଅତ୍ୟଧିକ ଭିଡ ହେତୁ ସେମାନେ ତରବର ରେ ପ୍ରେସ୍କ୍ରିପ୍ସନ୍ ଲେଖିଥାନ୍ତି ,ଯାହାକି ବେଳେବେଳେ ଜମାରୁ ପଢ଼ିହେଇନଥାଏ I ମେଡ଼ିସିନ ଷ୍ଟୋରରେ କେବଳ ଠାର ରୁ ଔଷଧ ର ନାମ ଜଣାପଡ଼ିଥାଏ I ତେବେ ବେଳେବେଳେ ମଧ୍ୟ ଭୁଲ ଔଷଧ ଯୋଗୁ ରୋଗୀଙ୍କର ଜୀବନ ଚାଲିଯାଏ I ସେଥିପାଇଁ ଝାଡ଼ଖଣ୍ଡ ସରକାର ଗତକାଲି ଏକ ବିଜ୍ଞପ୍ତି ଜାରି କରିଛନ୍ତି କି ସମସ୍ତ ସରକାରୀ କିମ୍ବା ବେସରକାରୀ ଡାକ୍ତର ଭଲ ଏବଂ ବଡ ଅକ୍ଷର ରେ ପ୍ରେସ୍କ୍ରିପ୍ସନ୍ ରେ ଔଷଧ ର ନାମ ଲେଖିବାକୁ ବାଧ୍ୟ
ଯଦି ଏହାକୁ କେହି ଖଣ୍ଡନ କରନ୍ତି ତେବେ ପ୍ରଫେସ୍ନାଲ୍ କଣ୍ଡକ୍ଟ୍, ଇଟିକ୍ୱେଟ୍ ଆଣ୍ଡ୍ ଏଥିକ୍ସ୍, ରେଗୁଲେସନ୍ସ୍, ୨୦୦୨ ଅନୁଯାଇ ସେମାନଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ଏପରିକି ପ୍ରଥମ ଭୁଲ ପାଇଁ କାରଣ ଦର୍ଶାଅ ନୋଟିସ ସହିତ ଯଦି 3ଥର ଭୁଲ କରନ୍ତି ତେବେ ଡାକ୍ତର ଙ୍କ ରେଜିଷ୍ଟ୍ରେସନ୍ କୁ ରଦ୍ଦ କରିଦିଆଯିବ।