ସାପ ମାନଙ୍କ ବିଷୟରେ କିଛି ରହସ୍ୟମୟ କଥା

ଆପଣମାନେ ଦେଖିଥିବେ ସଫେରା ଯେତେବେଳେ ସାପ ଖେଳାଉଥାୟେ ସେ ତା ସହିତ ବିନ୍ ମଧ୍ୟ ବଜାଉଥାୟେ।ସତରେ କଣ ସାପ ଏହି ଶବ୍ଦକୁ ଶୁଣି ପାରେ?

ନାଁ ଏପରି ବିଲକୁଲ୍ ନୁହେଁ।ସଙ୍ଗୀତର ଭାଷା ସାପ ଠାରୁ ପୁରା ଅଲଗା।କିନ୍ତୁ ସାପ ଖେଳରେ ବିନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଏହି ବିନ କୁ ସାପୁଆ ସାପର ମୁହଁ ଉପରେ ବୁଲେଇ ଥାଏ।

ସାପର ପୁରା ଧ୍ୟାନ ଏହି ଵିନ୍ ଉପରେ ହିଁ ରହିଯାଇଥାୟେ।ତେଣୁ ସେମାନେ ମଧ୍ୟ ବୁଲୁଥିବା ବିନ ଉପରେ ନିଜର ମୁଣ୍ଡ ବୁଲାଉ ଥାନ୍ତି।ଅଧିକ ଭୟଭୀତ ହେବା ଦ୍ଵାରା ସାପମାନେ ସିଧା ଭାବରେ ଠିଆ ହୋଇ ଯାଆନ୍ତି।

ଆଉ ଏହା ଦେଖି ଲୋକମାନେ ଭାବନ୍ତି ଯେ ବିନ ର ଶବ୍ଦରେ ସାପ ମାନେ ନାଚନ୍ତି।ସାପକୁ ଶୁଣୁ ଥିବା ଉପକରଣଟି ନିଜ ମୁଣ୍ଡ ଭିତରେ ଥାଏ।ତେଣୁ ସେମାନେ ଆମ ଭଳି ସିଧାସଳଖ ଶୁଣି ପାରନ୍ତି ନାହିଁ।କିନ୍ତୁ ଏହା ନୁହେଁ ଯେ ସାପ ମାନେ କାଲା ହୋଇଥାନ୍ତି।ଭୂମି ଉପରେ ଆସିଥିବା ପ୍ରତ୍ୟେକ ଜୀବ କୁ ସେମାନେ କମ୍ପନ ମାଧ୍ୟମରେ ଜାଣି ପାରନ୍ତି।ତେଣୁ ବିନ ସ୍ଵରରେ ସାପ ନାଚୁଥିବ କଥା ସମ୍ପୂର୍ଣ୍ଣ ମିଛ।

Leave a Reply

Your email address will not be published. Required fields are marked *