ଭୁଇଁନିମ୍ବ ର ଚମତ୍କାରୀ ଉପକାରିତା ,ଆପଣଙ୍କ ବାଡ଼ି ବଗିଚାରେ ଥିବା ଏହି ଘାସ ର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଆମ ଚାରିପାଖରେ ପ୍ରକୃତିର ଏପରି କିଛି ଅବଦାନ ରହିଛି ଯାହା ଆମେ ଜାଣିପାରିନଥାଉ I ସବୁଦିନ ଦେଖୁଥିବା ଘାସ ଗୁଳ୍ମ ରୁ ବି ଅନେକ ଉପକାର ମି;ମିଳିଥାଏ ତାହା ଆମେ ଜାଣିପାରିନଥାଉ I କିନ୍ତୁ ଆୟୁର୍ବେଦ ର ବହୁତ ଗୁରୁତ୍ୱପୂର୍ଣ ଅବଦାନ ରହିଛି I ବିଭିର୍ଣ୍ଣ ବୃକ୍ଷରୁ ଔଷଧୀୟ ଗୁଣ କୁ ଚିହ୍ନଟ କରି ଏଥିରୁ ଔଷଧ ତିଆରି କରାଯାଇଥାଏ I ସେଥିମଧରୁ ଭୁଇଁନିମ୍ବ ଅନ୍ୟତମ I ଏହା ସାଧାରଣ ଆମ ବାଡ଼ି ବଗିଚାରେ ଦେଖାଯାଇଥାଏ ଏକ ଘାସ ବା ଗୁଳ୍ମ ଭାବରେ ।

କିନ୍ତୁ ଏହାର ବହୁ ଔଷଧୀୟ ଗୁଣ ରହିଛି ଯାହାକି ବହୁ ପ୍ରାଚୀନ କାଳରୁ ଭାରତୀୟ ମୁନିଋଷିମାନେ ଏହାର ଔଷଧୀୟ ଗୁଣ ବିଷୟରେ ପରୀକ୍ଷା କରି ଉପକାରିତା ବିଷୟରେ ଉଲ୍ଲେଖ କରିଛନ୍ତି I ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁଁ ଯକୃତ ଜନିତ ଯେ କୌଣସି ସମସ୍ୟା କୁ ଏହା ଅତି ସହଜରେ ଦୂର କରିଦେଇଥାଏ I

ଏହା ସହିତ ଯଦି ଆପଣଙ୍କର କୃମି ହେଇଥାଏ ତେବେ ଭୁଇଁନିମ୍ବ ପତ୍ର ର ଦୁଇ ଚାମଚ ରସ ସେବନ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ କୃମି ଦୂର ହେଇଥାଏ I ଜ୍ୱର ପାଇଁ ମଧ୍ୟ ଏହା ଉପକାରୀ ହେଇଥାଏ I ଏହା ସହିତ ପେଟ ଜନିତ ରୋଗ ପାଇଁ ଏହାକୁ ଔଷଧ ଭାବରେ ବ୍ୟବହାର କରାଯାଇଥାଏ I

ଗ୍ୟାସ ଏବଂ ଏସିଡ଼ିଟି ସମସ୍ୟା ଭୋଗୁଥିବା ବ୍ୟକ୍ତି ଏହି ଭୁଇଁନିମ୍ବ କୁ ପାଣିରେ ଗୋଳାଇ ପିଇବା ଦ୍ୱାରା ଆରମ ମିଳିଥାଏ I ଏହା ସହିତ ଭୁଇଁନିମ୍ବ ର ପତ୍ର କୁ ପାଣିରେ ଗରମ କରି ସେହି ପାଣିରେ ଯେ କୌଣସି ପୁରୁଣା ଘା କୁ ଧୋଇବା ଦ୍ୱାରା ଘା ସୁଖୀ ଯାଇଥାଏ I

Leave a Reply

Your email address will not be published. Required fields are marked *