କାହିଁକି ନିଜ ସ୍ୱାମୀ କୁ ଛାଡିକି ପରପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି କିଛି ବିବାହିତା ମହିଳା

ବିବାହ ଏପରି ଏକ ସମ୍ପର୍କ ଯାହାକି ଦୁଇଟି ଅଚିନ୍ହା ଲୋକଙ୍କୁ ଏକାଠି କରାଇଥାଏ I ସାତ ଜନ୍ମର ସାଥି ହେବାକୁ ପରସ୍ପର ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଥାନ୍ତି I ଭରଷା ନାମକ ସମ୍ପର୍କ ସେତୁରେ ଦୁହେଁ ଦୁହିଁଙ୍କ ସହିତ ଅତି ନିବିଡ଼ତା ମଧ୍ୟରେ ବାନ୍ଧି ହେଇଯାଇଥାନ୍ତି Iକିନ୍ତୁ ବେଳେ ବେଳେ ଦେଖିବାକୁ ମିଳେ କି ସ୍ତ୍ରୀ ନିଜ ସ୍ୱାମୀ କୁ ଛାଡି ଅନ୍ୟ ପୁରୁଷ ପ୍ରତି ଆସକ୍ତ ହେଇଥାଏ ଏପରିକି ସଂସାର ଛାଡି ମଧ୍ୟ ପରପୁରୁଷ ସାଙ୍ଗରେ ପଳେଇଥାଏ ଏକ ନୂତନ ଜୀବନ ଅନ୍ୱେଷଣ ରେ I ମନରେ ପ୍ରଶ୍ନ ଆସେକି ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀର କିପରି ଅଧା ବାଟରେ ଛାଡି ସ୍ତ୍ରୀ ଟିଏ ପଳାଇଥାଏ I ତେବେ ଆଜି ଚାଲନ୍ତୁ ଜାଣିବା ସେହି ବିଷୟରେ I କାହିଁକି ସ୍ତ୍ରୀ ସ୍ୱାମୀ କୁ ଛାଡି ପରପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି I

1) ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ତଥା ବଂଶ ରକ୍ଷା ପାଇଁ ଶାରୀରିକ ସମ୍ପର୍କ ବା ସମ୍ଭୋଗ ର ବହୁ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥାଏ I ସମ୍ଭୋଗ ଦ୍ୱାରା ଦୁହେଁ ଦୁହିଁଙ୍କ ଅତି ନିକଟତର ହେଇପାରିଥାନ୍ତି I ଏହା ଏକ ଶାରୀରିକ ପ୍ରକ୍ରିୟା I କିନ୍ତୁ ବେଳେବେଳେ ଏମିତି ହୂଏକି ସ୍ତ୍ରୀ ସ୍ୱାମୀ ଠାରୁ ସମ୍ଭୋଗ ର ଚରମ ତୃପ୍ତି ପାଇ ପାରିନଥାନ୍ତିକିମ୍ବା ସ୍ୱାମୀ କାର୍ଯ୍ୟବ୍ୟସ୍ତତା ହେତୁ ସ୍ତ୍ରୀ ସହିତ ସମ୍ଭୋଗ କରିପାରିନଥାଏ ,

ସେ କ୍ଷେତ୍ରରେ ସ୍ତ୍ରୀ ନିଜ ଶାରୀରିକ ସମ୍ଭୋଗ ଜନିତ ଯନ୍ତ୍ରଣା ସ୍ୱାମୀଙ୍କୁ ଖୋଲି କହିପାରିନଥାନ୍ତି ,କାହିଁକିନା ଆମ ସମାଜରେ ପ୍ରଥା ଅନୁଯାଇ ଏସବୁ ପାପ ବୋଲି ଝିଅଟିର ମୁଣ୍ଡରେ ପ୍ରଥମ ରୁ ପୁରାଇ ଦିଆଯାଇଥାଏ I ଫଳରେ ସ୍ତ୍ରୀ ନିଜ ମନ କଥା ସ୍ୱାମୀ ଆଗରେ କହିନପାରି ଅନ୍ୟ ପୁରୁଷ ଆଡକୁ ଆକର୍ଷିତ ହେଇଥାଏ I

2) ସାଧାରଣତଃ ସ୍ତ୍ରୀ ଟିଏ ସବୁବେଳେ ଚାହିଁଥାଏ କି ତା ସ୍ୱାମୀ ତାକୁ ଅଧିକ ସ୍ନେହ କରୁ ,ଅଧିକ ଭଲପାଇବା ଦେଉ ,ଯଦି ସ୍ୱାମୀ ଠାରୁ ସେ ଭଲପାଇବା ସ୍ନେହ ପାଇନଥାଏ ଏବଂ ଅନ୍ୟ କାହାଠାରୁ ଏସବୁ ତାକୁ ମିଳେ ସେ ବାଧ୍ୟ ହେଇ ସେଇ ବ୍ୟକ୍ତି ଆଡକୁ ଆକର୍ଷିତ ହେଇଥାଏ I

3)ଟଙ୍କା ବା ଆର୍ଥିକ ଅ ସ୍ୱଚ୍ଛଳତା ବି ବେଳେବେଳେ କେତେକ ସ୍ତ୍ରୀ ମାନଙ୍କୁ ବାଧ୍ୟ କରିଥାଏ ଅନ୍ୟ ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିବାକୁ I ତେଣୁ ଯଥା ସମ୍ଭବ ନିଜ ସ୍ତ୍ରୀ କୁସ୍ନେହ ମମତା ଦେବା ସହିତ ସ୍ତ୍ରୀ ର ଇଛା ପୁରଣ କରିବା ସ୍ୱାମୀର ପ୍ରଥମ କର୍ତବ୍ୟ I

Leave a Reply

Your email address will not be published. Required fields are marked *