ଶରୀର ରେ ରକ୍ତ ବଢ଼ାଇବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଆଜି ଆମେ ଏମିତି ଖାଦ୍ୟ ବିଷୟରେ ଜାଣିବା ଯାହାକୁ ଖାଇବା ଦ୍ଵାରା ରକ୍ତ ହୀନତା ଦୁର ହୋଇଥାଏ।ଲୋହିତ ରକ୍ତ କଣିକା କମ୍ ହେବା ହେତୁ ହୃତପିଣ୍ଡ ଉପରେ ଚାପ ପଡିଥାଏ।ଫଳରେ ହୃଦ୍ ଘାତ ପରି ସମସ୍ୟା ଦେଖାଯାଇଥାଏ।

କେବଳ ହୃତ୍ ପିଣ୍ଡ ନୁହେଁ ଫୁସ୍ ଫୁସ୍ ଆଦି ଉପରେ ମଧ୍ୟ ରକ୍ତ ହୀନତା ଯୋଗୁ ପ୍ରଭାବ ପଡ଼ିଥାଏ।ଏ ସବୁ ସମସ୍ୟା ଦୁର କରିବା ପାଇଁ ଶରୀରରେ ରକ୍ତର ମାତ୍ର ଠିକ୍ ରହିବା ଆବଶ୍ୟକ।ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ଖାଇଲେ ରକ୍ତ ହୀନତା ଦୁର ହୋଇଥାଏ।

୧.ଡାଳିମ୍ବ –

ଏହା ଖାଇବା ପାଟିକୁ ଯେତିକି ସ୍ଵାଦିଷ୍ଟ ସେହି ଭଳି ଶରୀର ପାଇଁ ମଧ୍ୟ ବହୁତ୍ ଉପଯୋଗୀ।ଏଥିରେ କ୍ୟାଲସିୟମ, ସୋଡିୟମ୍, ମାଗ୍ନେଶିୟମ୍,ପୋଟାସିୟମ,ଲୌହ ଓ ଭିଟାମିନ ଭରପୁର ମାତ୍ରାରେ ଥାଏ।ଏହାକୁ ଖାଇବା ଦ୍ଵାରା ଶରୀରରେ ରକ୍ତର ମାତ୍ର ବୃଦ୍ଧି କରିବା ସହ ରକ୍ତରେ ହିମୋଗ୍ଲୋବିନ ତୁରନ୍ତ ବଢେଇ ଥାଏ।

୨.ସେଓ –

ପ୍ରତ୍ୟେକ ଦିନ ଗୋଟେ ସେଓ ଖାଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।ଶରୀରରେ ଲୈାହର ମାତ୍ର ବୃଦ୍ଧି ସହ ରକ୍ତର ମାତ୍ର ବୃଦ୍ଧି କରିଥାଏ।

୩. ମୂଳା –

ରକ୍ତର ମାତ୍ରା ବଢ଼ାଇବା ପାଇଁ ମୂଳା ବହୁତ୍ ଉପାଦେୟ।ପ୍ରତିଦିନ ଏହା ଖାଇବା ଦ୍ବାରା ଶରୀରରେ ପର୍ଯ୍ୟାପ୍ତ ମାତ୍ରର ବୃଦ୍ଧି ପାଏ।

୪.ଅଙ୍ଗୁର –

ଶରୀରରେ ରକ୍ତର ମାତ୍ର ବୃଦ୍ଧି କରିବା ପାଇଁ ଅଙ୍ଗୁର ବହୁତ୍ ଫାଇଦା ମିଳିଥାଏ।ଏଥିରେ ଭିଟାମିନ,ପୋଟାସିୟମ,କ୍ୟାଲସିୟମ,ଏବଂ ଆଇରନ ଭଳି ତତ୍ତ୍ଵ ଭରି ରହିଥାଏ।ଯାହା ଶରୀରରେ ରକ୍ତ ଶର୍କରା ବୃଦ୍ଧି ପାଇଁ ସହାୟକ ହୋଇଥାଏ।

୫.ଗାଜର –

ପ୍ରତିଦିନ ଗାଜର ଖାଇବା ସ୍ବାସ୍ଥ୍ୟ ପକ୍ଷେ ବହୁତ୍ ଉପକାରୀ।ଏହା ସହ ଏହା ଶରୀରରେ ରକ୍ତର ମାତ୍ରକୁ ବୃଦ୍ଧି କରେ।

୬.ପାଳଙ୍ଗ ଶାଗ –

ଏହା ରକ୍ତ ହୀନତା ପାଇଁ ବହୁତ୍ ଉପାଦେୟ।ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଭରି ରହିଥାଏ।

୭. ବିଟ –

ଏଥିରେ ପ୍ରଚୁର ପରିମାଣରେ ଫଲିକ ଏସିଡ ଭରି ରହିଛି।ଏହାକୁ ଯୁସ୍ କିମ୍ବା ତରକାରୀ କରି ଖାଇଲେ ରକ୍ତ ହୀନତା ଶୀଘ୍ର ଦୁର ହୋଇଥାଏ।

୮.ଲୁଣ ଓ ରସୁଣ –

ଏହାକୁ ଖାଇବା ଦ୍ଵାରା ରକ୍ତ ସଫା ରହିଥାଏ।ଯେଉଁ ମାନଙ୍କର ରକ୍ତରେ ପ୍ଲେଟ୍ ଲେଟ୍ ର ଅଭାବ ରହିଥାଏ ସେମାନେ ଏହା ନିଶ୍ଚୟ ଖାଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *