ଝାରସୁଗୁଡା ବିମାନବନ୍ଦର ଖାଁ ଖାଁ ,କେହି ଯାତ୍ରୀ ଯାଉ ନାହାନ୍ତି ବିମାନ ରେ

ପଶ୍ଚିମ ଓଡିଶାର ସ୍ବପ୍ନ ସାକାର କରିବାକୁ ଝାରସୁଗୁଡ଼ା ରେ ନିର୍ମାଣ ହେଇଥିଲା ବିମାନ ବନ୍ଦର ଯାହାକି ଗତ ୨୨ ତାରିଖ ରେ ନରେନ୍ଦ୍ର ମୋଦି ଓଡିଶା ଆସି ଏହି ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ I ଝାରସୁଗୁଡା ରୁ ଭୁବନେଶ୍ୱର ,,ରାଞ୍ଚି , ରାୟପୁର ,କୁ ଏହି ବିମାନ ସେବା ଯୋଗାଇଦେବା ନେଇ ଉଦେଶ୍ୟ ରଖାଯାଇଥିଲା I ଏବଂ ସପ୍ତାହକୁ ଏହା 6ଦିନ ଉଡାଣ କରିବ ବୋଲି ସୂଚନା ଦିଆଯାଇଥିଲା I ପ୍ରଥମ ଦିନରେ କିଛି ଛାତ୍ର ଛାତ୍ରୀ ଙ୍କୁ ନେଇ ଏହା ମାଗଣାରେ ଉଡାଣ କରିଥିଲା I ଆଶା କରାଯାଉଥିଲା ସୋମବାର ଠାରୁ ଏହାର ଭଲ ଚାହିଦା ରହିବ I କିନ୍ତୁ ବିମାନ କର୍ତ୍ତୃପକ୍ଷ ଙ୍କୁ ଏହା ନିରାଶ କରିଛି I ଆଶାତିତଭାବରେ ବିମାନ ବନ୍ଦର ରେ ଲୋକଙ୍କ ବୁକିଂ ହେଉନାହିଁ I

ଶୁଭାରମ୍ଭ ପରେ ଗତକାଲି ମାତ୍ର 4ଜଣ ଯାତ୍ରୀ ଭୁବନେଶ୍ୱର ରୁ ରାୟପୁର ଯାତ୍ରା କରିଥିଲେ Iକିନ୍ତୁ ଝାରସୁଗୁଡା ରୁ କୌଣସି ବି ଯାତ୍ରା ଯାତ୍ରା କରିନଥିଲେ କିମ୍ବା ଆସିନଥିଲେ I ତେବେ ଆଜି ବିନା ସୂଚନାରେ ଉଡାଣ ବାତିଲ କରିଦିଆଯାଇଛି I ତେବେ ଯାତ୍ରୀ ଙ୍କ ଯାତ୍ରା ନକରିବା ନେଇ କର୍ତ୍ତୃପକ୍ଷ ଆଶଙ୍କାରେ ରହିଛନ୍ତି ଏବଂ ଆଶା ବାନ୍ଧିଛନ୍ତି କି ଆଗାମୀ ସପ୍ତାହ ଭିତରେ ସବୁ ଠିକ ଠାକ ଚାଲିବ I

Leave a Reply

Your email address will not be published. Required fields are marked *