ଓଡିଶା ପାଇଁ ଗୌରବ ଆଣିଲେ ବାରିପଦାର ନବମ ଶ୍ରେଣୀ ଛାତ୍ର ସୁମିତ,ନାସା ର ବୈଜ୍ଞାନିକ ହେବେ

ଓଡିଶା ପାଇଁ ଗର୍ବ ଆଣିଛନ୍ତି ସୁମିତ କୁମାର I ନିଜ ଚେଷ୍ଟା ,କଠିନ ପରିଶ୍ରମ ଏବଂ ନୂଆ କିଛି କରିବାର ଉଦ୍ୟମ ବଳରେ ସେ ଅଧ୍ୟବସାୟ ବଳରେ ଆଜି ସେ ନାସାର ପ୍ରିମିଟିଭ୍ ଟେଷ୍ଟ ରେ ସଫଳତା ହାସଲ କରିଛନ୍ତି I ନାସା ପକ୍ଷରୁ ସୁମିତଙ୍କୁ ୧୦ କୋଟି ଟଙ୍କାର ସ୍କଲାରସିପ୍ ଘୋଷଣା କରାଯାଇଛି I ଏବେ ସୁମିତ ବାରିପଦା ର ସତ୍ୟସାଇ ବିଦ୍ୟା ବିହାରର ବିଦ୍ୟାଳୟ ରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି I ଦଶମ ପରୀକ୍ଷା ପରେ ତାଙ୍କୁ ଆମେରିକାର ଟେକ୍ସଲା ୟୁନିଭର୍ସିଟିରେ ପାଠ ପଢିବା ପାଇଁ ନାସା ଘୋଷଣା କରିଛି Iବିଦେଶ ପଢା ର ସମସ୍ତ ଖର୍ଚ୍ଚ ନାସା ବହନ କରିବ I

ନାସା ପକ୍ଷରୁ ଏପରି ଘୋଷଣା ପରେ ଖାଲି ବାରିପଦା ନୁହେଁ ସାରା ଓଡ଼ିଶାରେ ଖୁଶିର ଲହରୀ ଖେଳିଯାଇଛି I ବାରିପଦା ରୁ ଆମେରିକା ର ନାସା ର ଯାତ୍ରା ରେ ସାରା ଓଡିଶା ସୁମିତ ଙ୍କ ସଫଳତା ରେ ସୁମିତ ଙ୍କୁ ଉତ୍ସାହିତ କରିବାରେ ଲାଗିଛି Iଛୋଟବେଳୁ ସୁମିତ ମା’ଙ୍କ ସହିତ ମୟୂରଭଞ୍ଜର ସାରସକଣାରେ ରହିଆସୁଛନ୍ତି I ସୁମିତ ଙ୍କ ବାପା ଜଣେ ଇଞ୍ଜିନିଅର ଅଟନ୍ତି I

ସେ ଦୁବାଇ ରେ କାର୍ଯ୍ୟ କରନ୍ତି I ପିଲାବେଳୁ ସୁମିତ ବହୁତ ମେଧାବୀ ଥିଲେ I ସୁମିତ ଙ୍କ ଏ ସଫଳତା ରେ ସେ କହିଛନ୍ତି କି ମୁଁ ନାସା ରେ ପଢିଲେ ମଧ୍ୟ ଭବିଷ୍ୟତ ରେ ମୋ ଦେଶ ପାଇଁ କାମ କରିବି I

Leave a Reply

Your email address will not be published. Required fields are marked *