ଏହି କିଛି ମସଲା ଦୂର କରିବା ଆପଣଙ୍କ ମୋଟା ପଣ

କଣ ଆପଣ ଆବଶ୍ୟକତା ଠାରୁ ବେଶୀ ମୋଟା ଅଛନ୍ତି କି? ବା ଆପଣଙ୍କ ଦେହରେ ବହୁତ୍ ଚର୍ବି ଅଛି ଆଉ ଆପଣ ତାକୁ କମେଇବାକୁ ଚାହୁଁଛନ୍ତି କି ?ତେବେ ଚିନ୍ତା କରନ୍ତୁ ନାହିଁ ।ଆଜି ଆମେ ଘରୋଇ ଉପଚାର ମାଧ୍ୟମରେ କିପରି ମୋଟା କମେଇ ପାରିବା ସେ ବିଷୟରେ ଜାଣିବା।

– ଯଦି ଆପଣ ମୋଟା କମେଇବା ଚାହୁଁଛନ୍ତି ତେବେ ଅଦାକୁ ଆପଣମାନେ ନିୟମିତ ଭାବେ ସେବନ କରନ୍ତୁ।ଏହା ଆପଣଙ୍କ ଶରୀରର ତାପମାତ୍ରା ବୃଦ୍ଧି କରି ମେଟା

ବୋଲିଯିମ୍ କୁ ସୁସ୍ଥ ରଖିବା ସହ ଓଜନ କୁ ନିୟନ୍ତ୍ରଣ ରଖେ।
– ଡାଲଚିନି କେବଳ ଗରମ୍ ମସଲା ନୁହେଁ ଓଜନ ହାସଲ କରିବା ପାଇଁ ଏହା ବହୁତ୍ ସାହାଯ୍ୟ କରେ।ଏହାର ନିୟମିତ ବ୍ୟବହାର ଦ୍ବାରା ଶରୀରରେ ନିୟମିତ ରକ୍ତ ସଞ୍ଚାଳନ ହୋଇଥାଏ।ମଧୁମେହ ରୋଗୀ ଏବଂ ଓଜନ ହ୍ରାସ ପାଇଁ ଏହା ବହୁତ୍ ଉପାଦେୟ।
-ଗୋଲ୍ ମରିଚ ରେ ଥିବା ପେପ୍ରିନ୍ ଶରୀରର କାର୍ଯ୍ୟ ପ୍ରଣାଳୀକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ।ଏହାକୁ ଗୁଣକାରୀ ଔଷଧ ଭାବରେ ବ୍ୟବହାର କରାଯାଇଥାଏ।ଏହାର ନିୟମିତ ସେବନ ଦ୍ବାରା ପାଚନ କ୍ରିୟା ସୁଦୃଢ ହୋଇଥାଏ ଏବଂ ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ।ଏଥିପାଇଁ ଏହାକୁ ଆହାରରେ ନିହାତି ସାମିଲ କରନ୍ତୁ।

– ଜିରା ଏହାକୁ ଯଦି ଆପଣଙ୍କ ଖାଦ୍ୟରେ ସାମିଲ କରିବେ ତେବେ ଆପଣଙ୍କ ମେଟା ବୋଲିଜିମ୍ ତାପମାତ୍ରା ବୃଦ୍ଧି କରିବ ଏବଂ ଆପଣଙ୍କ ଓଜନ କୁ ନିୟନ୍ତ୍ରଣରେ ରଖିବ।

– ଲବଙ୍ଗ ଏହାର ସେବନ ଦ୍ବାରା ଆପଣଙ୍କ ମେଟା ବୋଳିଜିମ୍ ସ ଠିକ୍ ରୂପେ କାର୍ଯ୍ୟ କରିଥାଏ।ଫଳରେ ଆପଣଙ୍କ ପାଚନ କ୍ରିୟା ଠିକ୍ ହୁଏ।ଏତତ୍ ବ୍ୟତୀତ ଏହା ଓଜନ୍ କୁ ମଧ୍ୟ କମେଇଥାୟେ।

Leave a Reply

Your email address will not be published. Required fields are marked *