ଝିଅକୁ କାହିଁକି ଦିଆଯାଇଥାଏ ଯଉତୁକ ?ଯଉତୁକ ର ଅର୍ଥ କଣ ??

କନ୍ୟା ଶାଶୁ ଘରକୁ ଯିବା ସମୟରେ କନ୍ୟା ସହିତ ଯଉତୁକ ଦିଆଯାଇଥାଏ I ଟଙ୍କା ସୁନା ସହିତ ନାନା ଆସବାବ ପତ୍ର ଦିଆଯାଇଥାଏ କନ୍ୟା ସହିତ I ଯଉତୁକ ଏବେର ପ୍ରଥା ନୁହେଁ କାହିଁ କେଉଁ କାଳରୁ ଏହା ଚଳି ଆସୁଛି I ଅନେକ ସମୟରେ ଦେଖିବାକୁ ମିଳେ କି ଯଉତୁକ ଅଭାବ ରୁ କନ୍ୟାର ବାହାଘର ଭାଙ୍ଗିଯାଇଥାଏ I ବେଳେବେଳେ ଶଶୁର ଘର ଲୋକେ ଯଉତୁକ ପାଇଁ ନବବଧୂ କୁ ଯାତନା ଦେଇଥାନ୍ତି I ତେବେ ଆପଣ ଜାଣିଛନ୍ତି କି ଯଉତୁକ ର ଅସଲ ସଂଜ୍ଞା କଣ ?କଣ ଦିଆଯାଉଥିଲା ଏହି ଯଉତୁକ ରେ

I ଜ: ର ଅର୍ଥ ହେଉଛି ଯମ ,ଝିଅଟିକୁ ଉପଦେଶ ଦିଆଯାଇଥାଏ କି ନିଜ ସ୍ୱାମୀ ହେଉଛନ୍ତି ଇହ କାଳ ପର କାଳ ର ସାଥି ,ତେଣୁ ସ୍ୱାମୀ ଙ୍କୁ ଭକ୍ତି କରି ପୂଜା ପାଠ ଆରାଧନା ରେ ଦେବତା ଙ୍କୁ ସନ୍ତୁଷ୍ଟ କରି ତୁ ଯମ ପାଖରୁ ତୋ ସ୍ୱାମୀ କୁ ଫେରେଇ ଆଣିପାରିବୁ I ଉ:-ଉତ୍ତର କରିବୁନି କେଭେଁବି ,ଶାଶୁ ଶଶୁର ବଡ ଗୁରୁଜନ ମାନଙ୍କ କଥାରେ କେଭେଁବି ଅଯଥା ଗାଲୁ କରିବୁନି କି ତାଙ୍କୁ ଉତ୍ତର କଷ୍ଟ ଦେବା ଭଳି ଉତ୍ତର ଦେବୁନI

ତୁ :ଶାଶୁ ଘର ଲୋକଙ୍କୁ କାହାକୁ ବି ତୁ କହିବୁନି I କ :କନ୍ୟା ଜନମ ଦୁଇ କୂଳକୁ I ଯେମିତି ବାପ ଘରେ ଟେକ ରଖିଥିଲୁ ସେମିତି ଶାଶୁ ଘରେ ବି ଟେକ ରଖିବୁ I ଏହି ଚାରି ଅକ୍ଷର ଯଉତୁକ କୁ ନେଇ ଝିଅ ଶାଶୁଘର ଯାଇଥାଏ I ଏବେ କିନ୍ତୁ ସେ ସଂଜ୍ଞା ବଦଳି ଗଲାଣି I ଏବେ ଯଉତୁକ ମାନେ କେତେ ଟଙ୍କା ପଇସା ଦେଇ ପାରିବ I

Leave a Reply

Your email address will not be published. Required fields are marked *